ଲୋକଙ୍କ ପାଖରେ ଇନ୍ଧନ ପହଁଚାଇବା ପାଇଁ ଶୁବ ଶୀଘ୍ର ମୋବାଇଲ ଭ୍ୟାନ : ଧର୍ମେନ୍ଦ୍ର
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ଜରିଆରେ ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ କରିଛନ୍ତି । ଆଗାମୀ ଦିନରେ ଭାରତରେ ସବୁ ଲୋକଙ୍କ ପାଖରେ ସ୍ୱଚ୍ଛ ଇନ୍ଧନ ପହଁଚାଇବା ଆମର ଲକ୍ଷ୍ୟ ବୋଲି ଏହି ଅବସରରେ କହିଛନ୍ତି । ଲୋକର୍ପଣ କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବର୍ତମାନ ସମୟରେ ଟେକ୍ନୋଲୋଜି ମାଧ୍ୟମରେ ଆତ୍ମନିର୍ଭର ଭାରତ ପାଇଁ ସମସ୍ତେ କାମ କରୁଛନ୍ତି । ଦେଶର ବିଭିନ୍ନ ଅଂଚଳରେ ୫୬ଟି ସିଏନଜି ଷ୍ଟେସନର ଲୋକାର୍ପଣ ହୋଇଯାଇଛି । ଏହା ସିଜିଡି ବା ସିଟି ଗ୍ୟାସ ବିତରଣ କ୍ଷେତ୍ରରେ ଦେଶର ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ୫୩ ପ୍ରତିଶତ ଭୌଗଳିକ କ୍ଷେତ୍ରକୁ ଆଚ୍ଛାଦିତ କରୁଛି । ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଏହା ସହାୟକ ହେବ । ଦେଶରେ ପେଟ୍ରୋଲ, ଡିଜେଲ ତଥା ପ୍ରାକୃତିକ ଗ୍ୟାସ ଲୋକଙ୍କ ପାଖରେ ପହଁଚାଇବା ପାଇଁ ଖୁବ ଶୀଘ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ମୋବାଇଲ ଭ୍ୟାନ ଆରମ୍ଭ କରାଯିବ । ସେହି ରି ଘରେ ଘରେ ମଧ୍ୟ ଇନ୍ଧନ ପହଁଚାଇବା ପାଇଁ ଆଗାମୀ ଦିନରେ ଯୋଜନା ପ୍ରସ୍ତୁତ ହେବ । ପେଟ୍ରୋଲିୟମ ବିଭାଗ ନିଜ କ୍ଷେତ୍ରର ଭିତିଭୂମିକୁ ମଜବୁତ୍ କରିବା ପାଇଁ କରୁଥିବା କାମ ପ୍ରଶଂସୀନୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଗତ ୬ ବର୍ଷରେ ଦେଶରେ ପ୍ରାକୃତିକ ଗ୍ୟାସ କ୍ଷେତ୍ର ବା ସିଜିଡି ନେଟୱାର୍କର ସଂପ୍ରସାରଣରେ ଅଭୁତପୂର୍ବ ଅଭିବୃଦ୍ଧି ଘଟିଛି । ୨୦୧୪ ସୁଦ୍ଧା ଦେଶରେ ସିଜିଡି ନେଟ୍ୱାର୍କ ସଂଖ୍ୟା


