ଲୋକାୟୁକ୍ତଙ୍କ ଦ୍ୱାରା ପଟ୍ଟାମୁଣ୍ଡାଇ ଡିଗ୍ରୀ ମହିଳା ମହାବିଦ୍ୟାଳୟର ଦୁର୍ନିତୀ,ବେଆଇନ ନିଯୁକ୍ତି ଅଭିଯୋଗର ଶୁଣାଣୀ ଆସନ୍ତା ଡିସେମ୍ବର ୪କୁ ରହିଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବହୁ ଚର୍ଚ୍ଚିତ ପଟ୍ଟାମୁଣ୍ଡାଇ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ବେଆଇନ ନିଯୁକ୍ତି ଓ ଆର୍ଥିକ ଦୁର୍ନିତୀ ଅଭିଯୋଗର ତଦନ୍ତ କରିବାକୁ ଗତ ସୋମବାର ଓ ମଙ୍ଗଳବାର ଓଡିଶା ଲୋକାୟୁକ୍ତ ନିର୍ଦେଶାଳୟର ଏକ ୨ଜଣିଆ ଟିମ କଲେଜରେ ପହଁଚି ତଦନ୍ତ କରିବା ସହିତ ସେସମ୍ପର୍କିତ କାଗଜପତ୍ର ମଧ୍ୟ ସାଙ୍ଗରେ ନେଇଥିଲେ । ମହାବିଦ୍ୟାଳୟରେ ବେଆଇନ ଭାବରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଷ୍ଟାଫଙ୍କୁ ନିଯୁକ୍ତି ପ୍ରଦାନ ଓ ସେମାନଙ୍କ ମଧ୍ୟରୁ କେତେକ ଷ୍ଟାଫଙ୍କ ନିଯୁକ୍ତି ତାରିଖକୁ ବାରମ୍ବାର ବଦଳା ଯିବା ଏବଂ ଆର୍ଥିକ ଅନିୟମିତତା ଓ କଲେଜ ଜମିକିଣା ଦୁର୍ନିତୀ ଅଭିଯୋଗର ତଦନ୍ତ କରିବାକୁ ଓଡିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟର ନିର୍ଦେଶକ ଓ ଅନ୍ୟ ଜଣେ ଅଧିକାରୀ ପଟ୍ଟାମୁଣ୍ଡାଇ ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ପହଁଚି ତଦନ୍ତ କରିଥିଲେ । ଅଭିଯୋଗକାରୀ ପ୍ରତାପ ମହାନ୍ତି ଓ ରାଧାକାନ୍ତ ମହାନ୍ତି ଓଡିଶା ଲୋକାୟୁକ୍ତଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାଇ ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟର ତତକାଳିନ ଅଧ୍ୟକ୍ଷ ବିପିନ ବିହାରୀ ବାରିକ କେତେକ ଅଧ୍ୟାପକ,ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ବେଆଇନ ନିଯୁକ୍ତି ପ୍ରଦାନ କରିବା ସହ ସେମାନଙ୍କ ନିଯୁକ୍ତି ତାରିଖକୁ ବାରମ୍ବାର ବଦଳାଯାଇଥିବା, କେତେକଙ୍କ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥାଇ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା, କଲେଜର କେତେକ ଷ୍ଟାଫଙ୍କୁ ୨ରୁ ୪ଥର ପର୍ଯ୍ୟନ୍ତ ନିଯୁକ୍ତି ପ୍ରଦାନ କରାଯାଇଥିବା, ଆବଶ୍ୟକତା ଠାରୁ ବହୁ ଅଧିକ ସଂଖ୍ୟାରେ ବିଭିନ୍ନ ପଦବୀରେ ବେଆଇନ ଭାବେ ନିଯୁକ୍ତି ପ୍ରଦାନ କରିଥିବା, ନିଯୁକ୍ତିରେ ଜାଲିଆତି କରିବା, ଆର୍ଥିିକ ଅନିୟମିତତା କରିଥିବା ଓ ଶ୍ରୀ ବାରିକ ତୁଳସୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟ କରିବା ସମୟରେ ବହୁ ଅନୀୟମିତତା ଓ ଅର୍ଥ ତୋଷରପାତରେ ଜଡିତ ଥିବା ସମ୍ପର୍କରେ ୨ଅଭିଯୋଗକାରୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିସହିତ ତୁଳସୀ ମହିଳା ମହାବିଦ୍ୟାଳୟରୁ ବଦଳି ହୋଇ ପଟ୍ଟାମୁଣ୍ଡାଇ ମହିଳା କଲେଜକୁ ଯିବା ପରେ ତାଙ୍କର ସର୍ଭିସବୁକ ତୁଳସୀ ମହିଳା କଲେଜରୁ ପଟ୍ଟାମୁଣ୍ଡାଇ ମହିଳା କଲେଜକୁ ପଠାଯାଇନଥିଲେ ମଧ୍ୟ ନିଜ ସର୍ଭିସବୁକକୁ ଜାଲିଆତି କରି ବିଭିନ୍ନ ସମୟରେ ଇନକ୍ରୀମେଂଟ ପ୍ରଭୃତି ସରକାରୀ ଅର୍ଥ ତୋଷରପାତ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକର ତଦନ୍ତ ପୂର୍ବକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ଦ୍ୱୟ ଲୋକାୟୁକ୍ତଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେହି ଅଭିଯୋଗ ଅନୁଯାଇ ଲୋକାୟୁକ୍ତଙ୍କ କାଯ୍ୟଳୟରୁ ଏକ ୨ଜଣିଆ ଟିମ କଲେଜରେ ପହଁଚି ତଦନ୍ତ କରିଥିଲେ । ଲୋକାୟୁକ୍ତଙ୍କ ନୋଟିସ ଅନୁଯାଇ ଉଭୟ ଅଭିଯୋଗକାରୀ ମଧ୍ୟ ତଦନ୍ତ ସମୟରେ କଲେଜରେ ଉପସ୍ଥିତ ଥିଲେ । ଆଜି ସେହି ଅଭିଯୋଗର ଶୁଣାଣୀ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ଥିଲା । କିନ୍ତୁ ତଦନ୍ତକାରୀ ଅଧିକାରୀ ତଦନ୍ତ ରିପୋର୍ଟ ଦାଖଲ ନିମନ୍ତେ ୬ସପ୍ତାହ ସମୟ ଚାହିଁବାରୁ ଆସନ୍ତା ଡିସେମ୍ବରମାସ ୪ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବାକୁ ଲୋକାୟୁକ୍ତ ନିର୍ଦେଶ ଦେଇଥିବା ଅଭିଯୋଗକାରୀଙ୍କ ଠାରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ