ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ, ସାଧୁସନ୍ଥ ସମ୍ମିଳନୀ ଆଦି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଥାନାଧିକାରୀ ଦେବାଶିଷ ପଣ୍ଡା ଯୋଗ ଦେଇ ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ସମୁଦାୟ ୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର‌୍ୟ୍ୟକ୍ରମକୁ ଗ୍ରାମର ମହାଦେବ ସାହୁ, କରୁଣାକର ନାୟକ, ଧରଣୀଧର ସ୍ଵାଇଁ, ରୋହିତ କୁମାର ନାୟକ, ସମ୍ପଦ ଦଳାଇ, ରମେଶ ଚନ୍ଦ୍ର ବିଶ୍ଵାଳ, ଜ୍ଞାନରଞ୍ଜନ ଜେନା, ସ୍ବାମୀ ବିବେକାନନ୍ଦ କ୍ଲବର ସଦସ୍ୟଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ