ଶ୍ରୀ ଲୋକନାଥ ସ୍ୱାମୀ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ଓଁ ନମଃ ଶିବାୟ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଠାରୁ ମାଆ ବୁଢାକେନ୍ଦୁଗୁ ପୀଠ ରାସ୍ତାରେ ଥିବା ଶ୍ରୀ ଲୋକନାଥ ସ୍ୱାମୀ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟପ୍ରହରୀ ଓଁ ନମଃ ଶିବାୟ ଏବଂ ଅନ୍ନଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି I ସନ୍ତୋଷ ସୁବୁଦ୍ଧିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୋରି କୁମ୍ଭାର ସାହି, ପର୍ଶୁଲୁଣ୍ଡା,ଦିଗି ଏବଂ ଆମ୍ବବାଲିର ଓଁ ନମଃ ଶିବାୟ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ I ପୁରୋହିତ ଘନଶ୍ୟାମ ମିଶ୍ର, ରାଜେନ୍ଦ୍ର ମହାପାତ୍ର ଏବଂ ପୂଜକ କୃଷ୍ଣ ରଣା ଯଜ୍ଞ ଅନୁଷ୍ଠାନ ପରିଚାଳନା କରିଥିଲେ I ମାଆ ଉତ୍ତରାୟଣୀ ପୂଜା କମିଟି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଯଜ୍ଞ ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ