ଶତବାର୍ଷକୀ ରେ ଉଦ୍‌ଘାଟନ ହେବ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଗ୍ରାମ ଠାରେଥିବା ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଶତବାର୍ଷିକ ପାଳନ ପାଇଁ ବ୍ୟପକ ପ୍ରସ୍ତୁତି ଚାଲିଛି । ବିଦ୍ୟାଳୟ ପରିସରରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣଦେବଙ୍କ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଜଣାପଡିଛି । ଆସନ୍ତା ୨୭ ଓ ୨୮ ତାରିଖ ଦୁଇଦିନ ଧରି ଏହି ଶତବାର୍ଷିକ ଉତ୍ସବ ପାଳନ ଅବସରରେ ମହାରାଜାଙ୍କ ପ୍ରତିମୂର୍ତ୍ତୀଟି ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା କରାଯାଇ ଉନ୍ମୋଚନ କରାଯିବ ବୋଲି ଜଣାପଡିଛି । ବର୍ତ୍ତମାନ ପ୍ରତିମୂର୍ତ୍ତୀ ଉତ୍ସବ ପାଳନସ୍ଥଳକୁ ଅଣାଯାଇଥିବା ଜଣାପଡିଛି । ଉକ୍ତ ଦୁଇଦିନ ଉତ୍ସବ ପାଳନପାଇଁ ଅନ୍ୟାନ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏହି ଶତବାର୍ଷିକ ଉତ୍ସବ ମହାସମାହୋରରେ ପାଳନା କରାଯିବ ବୋଲି ଉତ୍ସବ ପାଳନ ପାଇଁ ଗଠନ ହୋଇଥିବା କମିଟି ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ