୨+୨ ବୈଠକ ୱାଶିଂଟନ ରେ ଆରମ୍ଭ

ୱାଶିଂଟନ- ଭାରତ ଓ ଆମେରିକା ମଧ୍ୟରେ ସୁସମ୍ପର୍କ ମଜବୁଦ କରିବା ପାଇଁ ୨+୨ଆଞ୍ଚଳିକ ସହଯୋଗ ବୈଠକ ୱାଶିଂଟନ ରେ ଆରମ୍ଭ ହୋଇଛି । ଏଥିରେ ପ୍ରତିରକ୍ଷା, ଆତଙ୍କବାଦ ଓ ବାଣିଜ୍ୟ ସଂପର୍କିତ ଆଲୋଚନା ହୋଇଥିବା ଜଣାପଡିଛି । ଏହି ବୈଠକ ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କ ସହ ଆମେରିକାର ବୈଦେଶିକ ସଚିବ ମାଇକେଲ୍ ପମ୍ପିଓ ଙ୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଏହି ବୈଠକରେ ଅଂଶଗ୍ରହଣ କରିଛନ୍ତି । ଭାରତ ଓ ଆମେରିକା ନିଜର ସେନା ବ୍ୟବସାୟ, ଦ୍ୱିପାକ୍ଷିକ ସହଯୋଗ, ପେସିଫିକ ରିଜନରେ ଶାନ୍ତି ଉଦ୍ୟମ ଓ ଆତଙ୍କବାଦ ବିରୋଧରେ ଲଢ଼ାଇକୁ ମଜବୁତ କରିବା ପାଇଁ କହିଛନ୍ତି । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ବିଜ୍ଞାନ ଓ ଟେକ୍ନୋଲୋଜୀ ସହିତ ଅନେକ କ୍ଷେତ୍ରରେ ବୁଝାମଣା ଉପରେ ରାଜି ହୋଇଛି ।ଅନ୍ୟପଟେ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଏହି ବୈଠକରେ ଆମର ଆତଙ୍କ ବିରୋଧୀ ଉଦ୍ୟମକୁ ନେଇ ଆଲୋଚନା ହୋଇଛି । ସୀମା ଅତିକ୍ରମ କରି ଆସୁଥିବା ଆତଙ୍କବାଦୀ ଓ ଆଞ୍ଚଳିକ ବିପଦ ପ୍ରତି ଆମର ସହମତି ଯୋଗୁଁ ଆତଙ୍କବାଦୀ ବିରୋଧୀ ଉଦ୍ୟମରେ ଅନେକ ସଂଶୋଧନ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ