ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ କୁ ବିଶୋଧନ କଲା ଅଗ୍ନିଶ୍ରମ ବିଭାଗ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ଦେଶରେ ବୃଦ୍ଧି ପାଉଛି। ଓଡ଼ିଶା ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେଣୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ୧୯ ଘଣ୍ଟିଆ ଆଂଶିକ ସଟ ଡାଉନ କରାଯାଇଛି। ଅପରପକ୍ଷରେ ସଟ ଡାଉନ ଘୋଷଣା ହେବା ପରେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ ପୁରା ଜନ ଶୂନ୍ୟ ହୋଇପଡି ଥିବାରୁ ଆଜି ମଧ୍ୟାହ୍ନରେ ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ମେଡ଼ିକାଲ କୁ ବିଶୋଧନ କରାଯାଇଛି । କାରଣ ବିଭିନ୍ନ ପ୍ରକାରର ଲୋକ ମାନେ ମେଡ଼ିକାଲ ପରିସର କୁ ପ୍ରବେଶ କରୁଥିବାରୁ କୋରନା ଭୂତାଣୁ ବ୍ୟାପିବା ଆଶଙ୍କା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଅପରପକ୍ଷରେ ଜିଲ୍ଲାରେ ସଟଡାଉନ ଘୋଷଣା ହେବା ପରେ ଜନଶୂନ୍ୟ ହୋଇ ପଡିଛି ପୁରା ଭଞ୍ଜନଗର ଅଂଚଳ ପୋଲିସ ପକ୍ଷରୁ ମଧ୍ୟ ଗ୍ରାମାଂଚଳ ଓ ସହରରେ ପେଟ୍ରୋଲିଂ କୁ କଡାକଡି କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ