ଶହୀଦ ରଘୁ-ଦିବାକରଙ୍କର ଆତ୍ମବଳିଦାନ ଅବିସ୍ମରଣୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶହୀଦ୍ ରଘୁ-ଦିବାକର ସ୍ମୃତି ସଂସଦ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ୟୁନିଟ୍ -୯ ସ୍ଥିତ ପ୍ରତିମୂର୍ତି ସ୍ଥଳଠାରେ ରଣପୁର ମାଟିର ଅମର ଶହୀଦ୍‌, ଯୁବକବି, ବିପ୍ଳବୀ ଶହୀଦ୍ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ୮୩ତମ ବଳିଦାନ ଦିବସ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ାଙ୍କ ସଭାପତିତ୍ୱ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଶହୀଦ୍ ରଘୁ-ଦିବାକରଙ୍କ ଆତ୍ମବଳିଦାନ, ଦେଶପ୍ରେମ ତଥା ମା\’ ମାଟି ଓ ମାତୃଭାଷା ପାଇଁ ତାଙ୍କ କାର୍ଯ୍ୟଧାରା ତାଙ୍କୁ ଚିରସ୍ମରଣୀୟ କରି ରଖିଛି । ଆଜିର ଯୁବପୀଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ସମାଜରେ ଏକ ବୈପ୍ଳବିକ ପରିବର୍ତନ ଆସିପାରିବ । ଏହି ଅବସରରେ ସାରସ୍ୱତ ପ୍ରତିଭା ମେଧାବୀ ଛାତ୍ର ଚନ୍ଦ୍ରଶେଖର ନାୟକ, ସାମ୍ବାଦିକା ଦିପ୍ତିମୟୀ ନାୟକ, ପ୍ରିୟବ୍ରତ ବାରିକ ଓ ଶିକ୍ଷାବିତ୍ ରମେଶ ଚନ୍ଦ୍ର ପାତାଳସିଂହଙ୍କୁ ଶହୀଦ ରଘୁ-ଦିବାକର ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମାଜସେବୀ ଅଶ୍ୱିନୀ ପଟ୍ଟନାୟକ, ଅଭୟ ବଡ଼ଜେନା, ରାମଚନ୍ଦ୍ର ଦାସ, ଅଦ୍ୱୈତ ସାହୁ, ସୀତାଶୁଂ ମହାରଣା ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ