ଝୁଟୁଣା ବିଜେଡି ପକ୍ଷରୁ ବୃକ୍ଷରୋପଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ପଞ୍ଚାୟତ ବିଜେଡି ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଶନିମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜେଡି ସଭାପତି ସମରଜିତ ମହାପାତ୍ର ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବହୁ ଯୁବକର୍ମୀ ମାନେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଶନିମନ୍ଦିର ନିକଟ ପଡିଆରେ ୨୦୦ରୁ ଉର୍ଦ୍ଧ୍ୱ ଆମ୍ବ, ପଣସ, ପିଜୁଳି, ଜାମୁରୋଳ, ସପେଟା, ଚମ୍ପା, ତେଜପତ୍ର ବୃକ୍ଷ ଆଦି ରୋପଣ ହୋଇଥିଲା । କାର୍ଯ୍ୟକ୍ରମରେ ଯୁବ ସଭାପତି ରବିନ୍ଦ୍ର ଖୁଣ୍ଟିଆ, ଛାତ୍ର ସଭାପତି ପ୍ରକାଶ କୁମାର କର, ରଶ୍ମିରଞ୍ଜନ ରାଉତ, ରମାକାନ୍ତ ରାଉତ, କମଳାକାନ୍ତ ପତି, ନିରଞ୍ଜନ ସେଠୀ, ଚିତ୍ତରଞ୍ଜନ ଶଙ୍ଖୁଆ, ସତ୍ୟବାନ ରାଉତ, ବିଶ୍ୱନାଥ ମହାପାତ୍ରଙ୍କ ସମେତ ଗ୍ରାମର ବୃଦ୍ଧିଜିବୀ ମାନେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ