ଶାସ୍ତ୍ରୀ ନଗର ଅଂଚଳରେ ଵ୍ୟକ୍ତି ଜଣକୁ ପିଟିପିଟି ହତ୍ୟା
ଯୋଡା, (ସମୀର କୁମାର ଦାସ) :-ଯୋଡ଼ା ଶାସ୍ତ୍ରୀ ନଗର ଅଂଚଳରେ ଜଣକୁ ପିଟିପିଟି ହତ୍ୟା । ମୃତକ ହେଉଛନ୍ତି ସିକନ୍ଦର ମହାକୁଡ଼ । ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ, ଯୋଡ଼ା ପୋଲିସ ୨ ଜଣ ନାବାଳକଙ୍କୁ ଅଟକ ରଖି ପଚରା ଉଚୁରା କରିଛି । ପାଖ ପଡ଼ିଶାଙ୍କ କହିବା ଅନୁଯାୟୀ, ସିକନ୍ଦର ମହାକୁଡ଼, ବସ୍ତିର ଜଣେ ବିଧବା ମହିଳାଙ୍କୁ ସହିତ ସିକନ୍ଦର ଅସଞ୍ଜତ ଅବସ୍ଥାରେ ମହିଳାଙ୍କ ଦୁଇ ନାବାଳକ ପୁଅ ଏହା ଦେଖିଥିଲେ । ଯାହା ଫଳରେ ସେମାନେ ଉତ୍ୟକ୍ତ ହୋଇ ସିକନ୍ଦରକୁ ଏକ କାଠ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ନିସ୍ତୁକ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକେ ସିକନ୍ଦରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ଷ୍ଟିଲ ମେଡିକାଲକୁ ନେଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଯୋଡ଼ା ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଚଳାଇଛି । ବିଧବା ମହିଳାଙ୍କ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖିଛି ପୋଲିସ । ନାବାଳକ ଦ୍ବୟ ପୋଲିସ ନିକଟରେ ଦୋଷ ସ୍ୱୀକାର କରିଥିବା କୁହାଯାଉଛି ।


