ଶିକ୍ଷକ ନିଯୁକ୍ତି ଦାବିରେ ଜିଲାପାଳଙ୍କଠାରେ ଫେରାଦ ମିର୍ଜାପୁରବାସୀ
ବାଲେଶ୍ୱର, (ସରୋଜ ପଣ୍ଡା):ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ମିର୍ଜାପୁର ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକମାନେ ଆଜି ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି ।୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୫୨ ଥିବା ବେଳେ ମାତ୍ର ୨ଜଣ ଶିକ୍ଷକରେ ଚାଲିଛି ପାଠପଢ଼ା । ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଉ ୩ ଜଣ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ଦାବି କରିଛନ୍ତି । ଏ ବାବଦରେ ପୂର୍ବରୁ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ମାତ୍ର ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ଶେଷରେ ଜିଲାପାଙ୍କଠାରେ ଆପତ୍ତି ଜଣାଇବାକୁ ଆସିଥିବା ସେମାନେ କହିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ଗ୍ରହଣ କରା ନଗଲେ ଶେଷରେ ସେମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ବିଦ୍ୟାଳୟରେ ତାଲା ପକାଇବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ସେମାନେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି


