ଶିକ୍ଷା ହିଁ ଶିକ୍ଷାର୍ଥୀଙ୍କ ମୂଳମନ୍ତ୍ର : ଜିଲ୍ଲାପାଳ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ୭୮ତମ ବାର୍ଷିକତ୍ସୋବ ବୁଧବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ଶିକ୍ଷା ହିଁ ଶିକ୍ଷାର୍ଥୀଙ୍କ ମୂଳମନ୍ତ୍ର ବୋଲି ନିଜ ବକ୍ତବ୍ୟରେ କହିବା ସହ ଜନ୍ମଦିନ ଓ ବିଭିନ୍ନ ଉତ୍ସବରେ ଉପହାରରେ ଖେଳନା, ସହ ସ୍ୱଛତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଡ଼ିପିସି ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ବିନିତା ସେନାପତି ଯୋଗଦେଇ ଆଦର୍ଶ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ପ୍ରମୁଖ ମଂଚାସିନ ଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ କୁଲାଙ୍ଗେ ବିଦ୍ୟାଳୟ ପରିସରରେ ଏଟିଏଲ ଲ୍ୟାବ୍ର ଶୁଭ ଉଦଘାଟନ କରିଥିଲେ । ୨୦୧୮-୧୯ ଶିକ୍ଷାବର୍ଷରେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସର୍ବଶ୍ରେଷ୍ଠ ନମ୍ବର ରଖିଥିବା ଛାତ୍ରୀ ସୁଭଦା ଷଡ଼ଙ୍ଗି ଓ ଛାତ୍ର ନାରାୟଣ ପାଳଙ୍କୁ, ଜିଲ୍ଲାପାଳ କୁଲାଙ୍ଗେ ୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିବା ସହ ପ୍ରତ୍ୟେକ ଶ୍ରେଣୀରେ ଉତମ ଅଧ୍ୟୟନ ଓ ସର୍ବାଧିକ ଉପସ୍ଥାନ ରହିଥିବା ୧୩ ଜଣ ଶିକ୍ଷାର୍ଥୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମଂଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ବରିଷ୍ଟ ଶିକ୍ଷକ ନିକୁଂଜ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ, କର୍ମଚାରୀ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ବୃନ୍ଦ, ବହୁ ଅଭିଭାବକ, ଅଭିଭାବିକା ଓ ବିଦ୍ୟାଳୟର ବହୁ ଶିକ୍ଷାର୍ଥୀ ଉପସ୍ଥିତ ଥିଲେ ।


