ଶିବାନନ୍ଦ ଆଶ୍ରମରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ପୂର୍ବତନ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଆଶ୍ରମର ମୁଖ୍ୟ ମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରରେ ଶତାଧିକ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ବିଜେଡି କୃଷକ ସଭାପତି ସୈାମେନ୍ଦ୍ର କୁମାର ଦାସ, ନିରଞ୍ଜନ ପଟ୍ଟନାୟକ, ବାବା ନୃସିଂହ ଦାସ, ଶିକ୍ଷୟତ୍ରୀ ରୁଦ୍ରାଣୀ ମହାନ୍ତି, ନିରଞ୍ଜନ ସାହୁ, ସରୋଜକାନ୍ତ ସାହୁ, ଦେବେନ୍ଦ୍ର ସାମନ୍ତ, ନିରଞ୍ଜନ ମେକାପ, ମୃତ୍ୟୁଞ୍ଜୟ ମହାନ୍ତି, ଶ୍ରୀଧର ମହାନ୍ତି, ଶ୍ରୀଧର ରାଉତ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସମାଜସେବୀ ବାସୁଦେବ ତ୍ରିପାଠୀ ରୋଗୀମାନଙ୍କୁ ଫଳ, ବିସ୍କୁଟ ପ୍ରଭୃତି ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ