ବାତ୍ୟା ଜନିତ କ୍ଷୟକ୍ଷତିର କ୍ଷତିପୁରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତର ଖରିଫ୍ ଧାନ ଫସଲ ଓ ପନିପରିବା ଚାଷ ଗତ ଜୱାଦ ବାତ୍ୟା ଜନିତ ଲଗାଣ ବର୍ଷାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ତାହାର ସଠିକ ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ କରାଯିବାକୁ କୁତରଙ୍ଗ ସରପଞ୍ଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସେହି ପଞ୍ଚାୟତର ବିଲମୁଗବାଡି, ଡିହମୁଗବାଡି, ବିଷ୍ଣୁଦାସପୁର ଓ କୁତରଙ୍ଗ ରାଜସ୍ୱ ଗ୍ରାମର ସମସ୍ତ ଖରିଫ ଧାନ ଫସଲ ଓ ପରିବା ଚାଷ ଜୱାଦ ବାତ୍ୟା ଜନିତ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଯାହା କିଛି ଫସଲ ବଞ୍ଚିିଛି ସେସବୁ ନଷ୍ଟ ହୋଇ ବିଲରେ ଝରି ପଡୁଥିବାରୁ ଅମଳ ହେବାର ଆଉ ସମ୍ଭାବନା ନାହିଁ । ହଜାର ହଜାର ହେକ୍ଟର ଚାଷ ଜମିର ଧାନ ଫସଲ ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କର ବର୍ଷକର ଆହାର ସେମାନେ ସମ୍ପୂର୍ଣ୍ଣ ଭାବେ ହରାଇ ବସିଛନ୍ତି । ତେଣୁ ସେହିସବୁ କ୍ଷୟକ୍ଷତିର ସଠିକ ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୁରଣ ପ୍ରଦାନ କରାଯିବାକୁ ନରୋତ୍ତମ ମଲ୍ଲିକ, ଗୋଲଖ ଜେନା, ରାଜନ ଥାଟୋଇ, ରମେଶ ଚନ୍ଦ୍ର ପରିଡା, ଅଭିମନ୍ୟୁ ମହାନ୍ତି, ଅକ୍ଷୟ କୁମାର ଜେନା, ଦୁଃଶାସନ ମଲିକ, ରଞ୍ଜନ କୁମାର ଜେନାଙ୍କ ସମେତ ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ