ଶିଶୁଅ ସେବା ସମବାୟ ସମିତି ରେ ବ୍ୟାପକ ଦୁର୍ନିତୀ ଅଭିଯୋଗ
ନିମାପଡ଼ା, (ସନ୍ତୋଷ ଦାଶ):ସମ୍ମିଳିତ ପୁରୀ ନିମାପଡ଼ାକେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ଅସ୍ତରଙ୍ଗ ବ୍ଲକ ଶିଶୁଅ ସେବା ସମବାୟ ସମିତି ରେ ବ୍ୟାପକ ଦୁର୍ନିତୀ ହୋଇଥିବା ଶତାଧିକ ଚାଷୀ ପୁରୀ ଜିଲ୍ଲାପାଳ ଙ୍କ ସମେତ ପୁରୀ ଡେପୁଟି ରେଜିଷ୍ଟାର, ଭିଜିଲାନ୍ସ ବିଭାଗ, ଏ ଆର ସି ଏସ ଭୁବନେଶ୍ୱର ପ୍ରମୁଖ ଙ୍କ ନିକଟରେ ଅଭିଯୋଗ କରି ତୁରନ୍ତ ସମିତି ର ସମ୍ପାଦକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଚାଷୀ ମାନେ କରିଥିବା ଅଭିଯୋଗ ପତ୍ର ରୁ ଜଣାପଡ଼ିଛି ଯେ,ଅସ୍ତରଙ୍ଗ ବ୍ଲକ ଶିଶୁଅ ପଞ୍ଚାୟତ ଟି ସମୁଦ୍ର କୂଳରେ ଅବସ୍ଥିତ ହୋଇଥିବାରୁ ପ୍ରତିବର୍ଷ ଏହି ଅଞ୍ଚଳ ର ଚାଷୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହୋଇ ଆସୁଛନ୍ତି। ଚାଷୀ ମାନେ ସମବାୟ ସମିତି ରୁ ଋଣ ନେଇ ଚାଷ ବାସ କରୁଥିବା ବେଳେ ଋଣ କରିବା ସମୟ ରେ ପ୍ରତିବର୍ଷ ଫସଲ ବୀମା କରିଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ରେ ଚାଷ ବାସ ଉଜୁଡ଼ି ଯାଉଥିବାରୁ ଚାଷୀ ମାନେ ବୀମା ରାଶି ପାଇବା କୁ ଯୋଗ୍ୟ ଅଟନ୍ତି। କିନ୍ତୁ ସମବାୟ ସମିତି ର ସମ୍ପାଦକଚଂଚକତା କରି ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନ କରୁନାହାନ୍ତି ବୋଲି ଅଭିଯୋଗପତ୍ର ରେ ଚାଷୀ ମାନେ ଅଭିଯୋଗ କରିଛନ୍ତି। ବୀମା ରାଶି ପାଇବାକୁ ଚାଷୀ ଙ୍କ ଠାରୁ ବେଆଇନ ଭାବେ ଅର୍ଥ ଆଦାୟ କରାଯାଇଥିବା ମଧ୍ୟ ଚାଷୀ ମାନେ ଗୁରୁତର ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ପ୍ରାୟ ୧୫ ଲକ୍ଷ ଟଙ୍କା ଚାଷୀ ମାନଙ୍କ ଠାରୁ ଆଦାୟ କରି ସମିତି ସମ୍ପାଦକ
ହରିଲୁଟ କରିଛନ୍ତି। କିନ୍ତୁ ଚାଷୀ ମାନଙ୍କୁ ବୀମା ରାଶି ପ୍ରଦାନ କରୁନାହାନ୍ତି। ଚାଷୀ ମାନେ ଏ ସମ୍ପର୍କ ରେ ତାଙ୍କୁ ପଚାରିବାରେ ଚାଷୀ ମାନଙ୍କୁସେ ମହାଶୟ ଦୁଃବ୍ୟବହାର କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।ତୁରନ୍ତ ଚାଷୀ ମାନଙ୍କ ଅଭିଯୋଗ ସବୁ ର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚାଷୀ ମାନଙ୍କୁ ସେମାନଙ୍କ ର ବୀମା ରାଶି ପ୍ରଦାନ କରିବାକୁ ଦାବି ହୋଇଛି।


