ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ “ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର):ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ “ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ” ମଣ୍ଡଳ ସଭାପତି‌ କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଗୋସାଇଁନୂଆଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକର ଶୁଭାରମ୍ଭ କରିଥିଲେ । ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଜଣାଇଥିବା ବେଳେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ ପ୍ରାରମ୍ଭିକ ଭାଷଣ ରଖିଥିଲେ । ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ ଯୋଗ ଦେଇ ୩୦ ମଇ ୨୦୨୩ ରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ବିଜେପି ସରକାର ୯ ବର୍ଷ କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛି । ଏହି ଅବସରରେ ୩୦ ମଇରୁ ୩୦ ଜୁନ୍ ଏକମାସ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଗୋସାଇଁନୂଆଗାଁ ମଣ୍ଡଳର ପ୍ରତ୍ୟକ ଶକ୍ତିକେନ୍ଦ୍ର ଏବଂ ବୁଥ୍ ସ୍ତରରେ ଆୟୋଜନ କରାଯିବ ଏହା ସହ ବିଶେଷ ଜନସଂପର୍କ ଅଭିଯାନ କରାଯିବ । ଏହି ଅଭିଯାନ ଅନ୍ତର୍ଗତ ଗୋସାଇଁନୂଆଗାଁ ମଣ୍ଡଳରେ ବ୍ୟାପକ ଜନସଂପର୍କ,ଲାଭାର୍ଥୀ ସଂପର୍କ,ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ସଂପର୍କ, ବରିଷ୍ଠ କାର୍ଯ୍ୟକର୍ତ୍ତା ସଂପର୍କ ଯେପରି ଓ୍ୱାର୍ଡ଼ ଏବଂ ବୁଥସ୍ତରୀୟ କାର୍ଯ୍ୟକ୍ରମର ଆୟୋଜନ ହେବ, ଯାହା ମାଧ୍ୟମରେ ମୋଦି ସରକାରଙ୍କ ଲୋକ କଲ୍ୟାଣ ପଦକ୍ଷେପ ଓ ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବୁଥ୍ ସ୍ତରରେ ଦଳ କିଭଳି ସୁଦୃଢ଼ ହେଇପାରିବ ତାହା ଉପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଆଜିର ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ୨୫ ନଂ ଓ୍ୱାର୍ଡ଼ ବିଜିପୁର ଅଞ୍ଚଳର ଯୁବ ସମାଜସେବୀ ଶୀତଲ କୁମାର ଜେନା ଏବଂ ସୁନିଲ ମହାରଣା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଉଭୟ ଯୁବନେତାଙ୍କୁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ ଏବଂ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ ପୁଷ୍ପଗୁଛ ସହ ଦଳୀୟ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ,ଲକ୍ଷ୍ମୀ ବେହେରା,ଦେବୀ ପ୍ରସାଦ ପାଢ଼ୀ,ନରସିଂହ ପ୍ରସାଦ ଶତପଥୀ,ମଣ୍ଡଳ ସମ୍ପାଦକ ଏସ୍.ଶ୍ରୀନିବାସ,ରାଜ୍ କୁମାର ପାତ୍ର,ଶିଶିରକାନ୍ତ ପାଢ଼ୀ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ ପ୍ରମୁଖଙ୍କ ସମେତ ମଣ୍ଡଳ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ ଧନ୍ୟବାଦ ଦେଇଥିଲେ । ସେହିଭଳି ଆଜି ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ସମସ୍ତ ମଣ୍ଡଳ ଠାରେ “ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ