ଶିଶୁରୋଗ ବିଭାଗ ଚିକିତ୍ସା ୱାର୍ଡରେ ୧୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହେଲ୍‌ଥ ସେଣ୍ଟର

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏମାନଙ୍କ ଚିକିତ୍ସା ପାଇଁ ଅତିରିକ୍ତ କୋଭିଡ୍‌ ହସ୍ପିଟାଲ ଓ ସ୍ବାସ୍ଥ୍ୟ ସେଣ୍ଟରର ଆବଶ୍ୟକତା ପଡୁଛି। ତେଣୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ଶିଶୁରୋଗ ବିଭାଗ ଚିକିତ୍ସା ୱାର୍ଡରେ ୧୫୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହେଲ୍‌ଥ ସେଣ୍ଟର ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ । ଏଥିରେ ୨୦ଟି ଆଇସିୟୁ ବେଡ଼ ସହ ଅକ୍ସିଜେନ ରହିବ। ଯୁଦ୍ଧଭିତ୍ତିରେ ଏହାର କାର୍ଯ୍ୟ ଚାଲୁ ରହିଛି। ଗୁରୁବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ଏମ୍‌କେସିଜି ହସ୍ପିଟାଲ ପରିଦର୍ଶନ କରିଥିଲେ। ପରେ ସେ ଏ ନେଇ ଟୁଇଟ୍‌କରି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ