କନ୍ଧମାଳରେ ମାଓ ମୁକାବିଲା ରଣନୀତିର ସମୀକ୍ଷା କଲେ ଡିଜିପି ଅଭୟ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ସିର୍ଲା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଗୁରୁବାର ପୁଲିସ୍ ସହ ଗୁଳି ମିନିମୟରେ ୨ ଜଣ ମାଓବାଦୀଙ୍କ ମୃତ୍ୟ ପରେ ପୁଲିସ ଡିଜି ଅଭୟ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଶୁକ୍ରବାର କନ୍ଧମାଳ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିଲେ।ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ୍ ଅମିତାଭ ଠାକୁର,ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏବଂ ଡିଜି ଏସଆଇଜି, ଅନିରୁଦ୍ଧ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଅଧିକାରୀମାନେ ଫୁଲବାଣୀ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ବୈଠକରେ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଥିଲେ। ବାମପନ୍ଥୀ ଉଗ୍ରବାଦର ମୁକାବିଲା ପାଇଁ ଜିଲ୍ଲା ପୋଲିସର ପ୍ରସ୍ତୁତି ଏବଂ ରଣନୀତି ସମ୍ପର୍କରେ ଏସପି ବିନୀତ ଅଗ୍ରୱାଲ ବରିଷ୍ଠ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି।ମାଓବାଦୀ ମାନେ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ୱାନ ଦେଇଛନ୍ତି। ସରକାର ସେମାନଙ୍କର ଥଇଥାନ ପ୍ରତି ଉଦାର ମନୋଭାବ ପୋଷଣ କରିବା ସହ ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେ କହିଛନ୍ତି। ଗତ ବର୍ଷ ଜିଲ୍ଲାରୁ ୧୩ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଚଳିତ ବର୍ଷ ଜୁଲାଇ ପର୍ଯ୍ୟନ୍ତ ୧୯ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୦ ଶେଷ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଡିଜିପି ଆଶା ପ୍ରକଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ