ଓଡିଶା ଆଦର୍ଶ ବିଦ୍ୟାଳୟ ଓ ନରେନ୍ଦ୍ରପୁର ବିଦ୍ୟାଳୟକୁ ପରିଦର୍ଶନ କରି ଚାଲିଥିବା ବିଭିନ୍ନ ପ୍ରକଳ୍ପକୁ ଅନୁଧ୍ୟାନ କଲେ ବ୍ଲକ ଅଧ୍ୟକ୍ଷ
ଛତ୍ରପୁର, (ଦେବଦତ୍ତ ମହାରଣା) : ବ୍ଲକର ୩ଟି ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ୫- ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ବିଦ୍ୟାଳୟ କରିବା ନିମନ୍ତେ ଚିହ୍ନଟ କରାଯାଇଛି । ଏଥିପାଇଁ ଏହି ୩ ଟି ସ୍କୁଲରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କାର୍ଯ୍ୟ ଚାଲୁ ରହିଛି । ଗୁରୁବାର ଏହି ସମସ୍ତ କାର୍ଯ୍ୟ ଗୁଡିକୁ ବୁଲି ଅନୁଧ୍ୟାନ କରିଛନ୍ତି ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି । ପୂର୍ବରୁ ଅନସ୍ଲୋ ହାଇସ୍କୁଲ ପରିସରକୁ ବୁଲି ଦେଖିଥିବା ବେଳେ ଆଜି ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ନରେନ୍ଦ୍ରପୁର ହାଇସ୍କୁଲରେ ଚାଲିଥିବା ୫-ଟି ରୁପାନ୍ତରିତ କାର୍ଯ୍ୟ ଗୁଡିକ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ରେଡ୍ଡି ବୁଲି ଦେଖିବା ସହ କାର୍ଯ୍ୟ ଗୁଡିକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପାଠ ପଢା କେମିତି ଚାଲିଛି ଶ୍ରେଣୀ କକ୍ଷ ବୁଲି ଶ୍ରୀ ରେଡ୍ଡି ଅନୁଧ୍ୟାନ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଚନ୍ଦ୍ର ଶେଖର ଷଡଙ୍ଗୀ, ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଦାମ ସ୍ୱାଇଁ ଓ ନରେନ୍ଦ୍ରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଶ୍ରୀ ରେଡ୍ଡି ଅନସ୍ଲୋ ହାଇସ୍କୁଲ ପରିଦର୍ଶନ କରି ଚାଲିଥିବା ବିଭିନ୍ନ କାର୍ଯ୍ୟର ତଦାରଖ ମଧ୍ୟ କରିଛନ୍ତି ।


