ଶୀତ ଦୂର କରୁଥିବା ଖାଦ୍ୟ

ଏବେ ଚାରିଆଡ଼େ ଜାରି ରହିଛି ଶୀତ ଲହରୀ। ଦିଲ୍ଲୀ-ଏନ୍‌ସିଆର୍‌ ସମେତ ପୂରା ଦେଶରେ ଲୋକେ ଭୀଷଣ ଥଣ୍ଡା ଅନୁଭବ କରୁଛନ୍ତି। ଏହି ଥଣ୍ଡାରେ ଲୋକଙ୍କ ଅବସ୍ଥା ବେହାଲ ହେବାରେ ଲାଗିଛି। ତେଣୁ ରୋଗରୁ ଦୂରେଇ ରହିବା ଲାଗି ନିଜ ଡାଏଟ୍‌ରେ ଏଭଳି ଖାଦ୍ୟ ସାମିଲ୍‌ କରନ୍ତୁ, ଯାହାର ଗୁଣବତ୍ତା ଗରମ ହୋଇଥିବ। କାରଣ ଏହି ସବୁ ଜିନିଷ ଶୀତଦିନେ ଆପଣଙ୍କ ଶରୀରକୁ ଭିତରୁ ଗରମ ରଖିବ ଓ ଆପଣ ଥଣ୍ଡାକୁ ସାମ୍ନା କରିପାରିବେ।
ଗୋଲମରିଚ
ଗୋଲମରିଚକୁ କିଙ୍ଗ ଅଫ୍‌ ସ୍ପାଇସ୍‌ ନାମରେ ମଧ୍ୟ ଜଣାଯାଏ। ଗୋଲମରିଚରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଶରୀରକୁ ଅନେକ ପ୍ରକାରର ସମସ୍ୟାରୁ ରକ୍ଷା କରିଥାଏ। ଏଥିରେ ଭିଟାମିନ୍‌ ଏ, କେ, କ୍ୟାଲ୍‌ସିୟମ, ପୋଟାସିୟମ ଓ ସୋଡ଼ିଅମ ରହିଥାଏ। ଏଥିରେ ହେଲ୍‌ଦି ଫ୍ୟାଟ୍‌ସ ଓ ଡାଏଟ୍ରି ଫାଇବର ରହିଛି। ସ୍ପାଇସି ଖାଦ୍ୟ ଆମ ମେଟାବଲିଜମ୍‌ ବଢ଼ାଇ ଥାଏ, ଯାହାଫଳରେ ଫ୍ୟାଟ୍‌ ବର୍ଣ୍ଣ ହୋଇଥାଏ। ୧-୨ଟି ଗୋଲମରିଚ ସକାଳେ ଖାଲି ପେଟରେ ଚୋବାନ୍ତୁ। ଏହାବ୍ୟତୀତ ଖାଦ୍ୟରେ ମଧ୍ୟ ଏହାକୁ ପକାଇ ପାରିବେ।
ଖଜରା
ଖଜରାରେ ଭରପୂର ମାତ୍ରାରେ ଫାଇବର ରହିଛି, ଯାହା ପାଚନ ତନ୍ତ୍ରକୁ ସଫା କରିବା କାମ କରେ। ଯଦି ଆପଣଙ୍କ ହଜମ କ୍ରିୟା ଠିକ୍‌ ରହିବ, ତେବେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ରହିବ ନାହିଁ। ଖଜରାରେ ଥିବା ଫାଇବର ଆପଣଙ୍କ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଏହାର ଗୁଣ ଗରମ ହୋଇଥାଏ। ଏଥିପାଇଁ ଶୀତଦିନେ ଜଡ଼ିତ ଅନେକ ସମସ୍ୟାରୁ ଏହା ଆପଣଙ୍କୁ ରକ୍ଷା କରିଥାଏ। ମିନେରାଲ, ଫାଇବର ଓ ଭିଟାମିନ୍‌ରେ ଭରପୂର ଖଜରା ଗୋଟିଏ ଦିନରେ ୩ଟି ଖାଇବା ଯଥେଷ୍ଟ।
ଅଦା
ଅଦାର ଗୁଣ ମଧ୍ୟ ଗରମ ହୋଇଥାଏ। ତେଣୁ ଶୀତଦିନେ ଅଧିକ ଅଦା ବ୍ୟବହାର କରାଯାଏ। ସେହିପରି ଅଦା ପଡ଼ି ହୋଇଥିବା ଚା’ ଲୋକେ ଦିନରେ ୨ରୁ ୩ ଥର ପିଇ ନିଅନ୍ତି। ଯେଉଁଥିରେ ଥଣ୍ଡାକାଶରୁ ମୁକ୍ତି ମିଳିଥାଏ। ଅଦାରେ ପୋଟାସିୟମ, ମାଙ୍ଗାନିଜ୍‌, କପର, ମ୍ୟାଗ୍ନେସିୟମ ରହିଛି। ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନ୍‌ଫ୍ଲେମେଟୋରୀ ଗୁଣ ଯୁକ୍ତ ଅଦା ଔଷଧ ଭଳି କାମ କରିଥାଏ।
ମହୁ
ମହୁର ଗୁଣ ମଧ୍ୟ ଗରମ ହୋଇଥାଏ। ଶୀତଦିନେ ଚିନି ବଦଳରେ ଆପଣ ମହୁ ବ୍ୟବହାର କରିପାରିବେ। ମହୁରେ ଭିଟାମିନ୍‌ ଏ ଓ ବି, ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ଯଦି ଆପଣ ଶୋଇବା ପୂର୍ବରୁ ମହୁ ସେବନ କରୁଛନ୍ତି, ତେବେ ଶରୀରର ଫ୍ୟାଟ୍‌ ଅଧିକ ବର୍ଣ୍ଣ ହୋଇଥାଏ।
ରାଶି
ଶୀତଦିନେ ମାଂସପେଶୀ ଯନ୍ତ୍ରଣା ଏକ ସାଧାରଣ କଥା। ଏପରିସ୍ଥଳେ ରାଶି ଆପଣଙ୍କ ବହୁତ କାମରେ ଆସିବ। ଏହାକୁ ଆପଣ ଲଡ଼ୁ ତିଆରି କରି ଖାଇପାରିବେ। ରାଶିରେ କ୍ୟାଲ୍‌ସିୟମ, ଆଇରନ୍‌, ମ୍ୟାଗ୍ନେସିୟମ, ଜିଙ୍କ୍‌ ଓ ସେଲେନିୟମ ରହିଛି। ଏସବୁ ତତ୍ତ୍ବ ମାଂସପେଶୀକୁ ଆକ୍ଟିଭ୍‌ ରଖିଥାଏ। ରାଶି ତେଲ ଫଟା ଗୋଇଠିକୁ ଆରାମ ଦେଇଥାଏ। ଏହି ତେଲ ଗରମ କରି ଏଥିରେ ରକ୍‌ ସଲ୍ଟ ଓ ମହମ ମିଶାଇ ଲଗାଇପାରିବେ।
କେସର
କେସରକୁ ଜାଫରନ ଓ ସାଫ୍ରନ ମଧ୍ୟ କହନ୍ତି। ଏହାର ତତ୍ତ୍ବ ଗରମ ହୋଇଥାଏ। ଏହା ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ। ଏଥିରେ ଥିବା କ୍ରୋସେଟିନ୍‌ ମସ୍ତିଷ୍କରେ ଅକ୍ସିଜେନ୍‌କୁ ବଢ଼ାଇ ଥାଏ। ଶୀତଦିନେ ଏହାକୁ ଦିନରେ ଥରେ କ୍ଷୀରରେ ସେବନ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ