ଜାହ୍ନବୀଙ୍କ କ୍ରଶ୍ ବିଜୟ ଦେବରାକୋଣ୍ଡା
ମୁମ୍ବାଇ : କିଛି ମାସ ପୂର୍ବରୁ ସୈଫ୍ ଅଲୀ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲୀ ଖାନ ‘କଫି ୱିଥ୍ କରନ’ ଶୋ’ରେ କରନ ଜୋହରଙ୍କୁ କହିଥିଲେ ଯେ କାର୍ତ୍ତିକ ଆର୍ୟନ ତାଙ୍କ କ୍ରଶ୍ ଅଟନ୍ତି। ଏହାପରେ ଇମ୍ତିଆଜ୍ ଅଲୀଙ୍କ ଫିଲ୍ମ ‘ଲଭ୍ ଆଜକଲ ୨’ରେ ସାରା ଓ କାର୍ତ୍ତିକ ଏକାଠି କାମ କରିଛନ୍ତି। ସାରାଙ୍କ ପରେ ଆଉ ଜଣେ ୟଙ୍ଗ ଷ୍ଟାର୍ ନିଜ କ୍ରଶ୍କୁ ନେଇ ନିଜ ରାୟ ସାମ୍ନାରେ ରଖିଛନ୍ତି। ‘ଧଡକ’ ସିନେମାରେ ବଲିଉଡ୍ ଡେବ୍ୟୁ କରିଥିବା ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଫଟୋ ସାମ୍ବାଦିକଙ୍କ ପସନ୍ଦର ଅଭିନେତ୍ରୀ ହୋଇଥିବାବେଳେ ସାରାଙ୍କ ଭଳି ବହୁତ ଏକ୍ସପ୍ରେସିଭ୍ ମଧ୍ୟ ଅଟନ୍ତି। କିଛି ଦିନ ତଳେ ନେହା ଧୂପିଆଙ୍କ ଚାଟ୍ ଶୋ’ରେ ସାମିଲ୍ ହୋଇଥିବା ଜାହ୍ନବୀ କହିଛନ୍ତି ଯେ ତାଙ୍କର ତାମିଲ ସୁପରଷ୍ଟାର୍ ତଥା ‘ଅର୍ଜୁନ ରେଡ୍ଡୀ’ ସିନେମାର ହିରୋ ବିଜୟ ଦେବରାକୋଣ୍ଡାଙ୍କ ହେଉଛନ୍ତି ତାଙ୍କର କ୍ରଶ୍।
ନେହାଙ୍କ ଚାଟ୍ ଶୋ’ରେ ଜାହ୍ନବୀ କହିଛନ୍ତି ଯେ ଦୀର୍ଘ ଦିନ ହେଲାଣି ସେ ବିଜୟଙ୍କ ଦ୍ବାରା ପ୍ରଭାବିତ ହୋଇଛନ୍ତି। ଏହି ପ୍ରଭାବ ଏକତରଫା ହୋଇଥିଲେ ମଧ୍ୟ ତାଙ୍କର କୌଣସି ସମସ୍ୟା ନାହିଁ। ଜାହ୍ନବୀ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଜୀବନରେ ଅଲଗା ଅଲଗା ଫେଜ୍ ଆସିବାରେ ଲାଗିଛି। କିନ୍ତୁ ବିଜୟଙ୍କ ଉପରେ ତାଙ୍କର କ୍ରଶ୍ ସବୁବେଳେ ରହିଛି ବୋଲି ଜାହ୍ନବୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଜାହ୍ନବୀ ଖୁବ୍ଶୀଘ୍ର ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ‘ଦ କାର୍ଗିଲ ଗାର୍ଲ’ ଓ ‘ରୁହୀ ଆଫ୍ଜା’ରେ ନଜର ଆସିବାକୁ ଯାଉଛନ୍ତି। ‘ଦ କାର୍ଗିଲ ଗାର୍ଲ’ରେ ଜାହ୍ନବୀ ଗୁଞ୍ଜନ ସକ୍ସେନାଙ୍କ ଚରିତ୍ରରେ ଅଭିନୟ କରିବେ। ଏହାବ୍ୟତୀତ ଜାହ୍ନବୀ ‘ଦୋସ୍ତାନା ୨’ରେ କାର୍ତ୍ତିକ ଆର୍ୟନଙ୍କ ସହ ମଧ୍ୟ ନଜର ଆସିବେ। ଏହାବ୍ୟତୀତ କରନ ଜୋହରଙ୍କ ମଲ୍ଟିଷ୍ଟାରର ସିନେମା ‘ତଖ୍ତ’ରେ ମଧ୍ୟ ଜାହ୍ନବୀ ନଜର ଆସିବାକୁ ଯାଉଛନ୍ତି।


