ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍ କରୁଛନ୍ତି ଅଭିଭାବକ
ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍ ହେଉଥିବା ଜାଣିଛନ୍ତି । କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି ବା ପିଲା ଜନ୍ମ ପାଇଁ ଓଟି ବୁକ୍ କରାଯାଉଛି ବୋଲି । ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ । ଏମିତି ଦେଖିବାକୁ ମିଳିଛି ଜୟପୁରର କିଛି ମାଟ୍ରିନିଟି ହସ୍ପିଟାଲରେ । ଏଠାରେ ପିଲା ଜନ୍ମ ପାଇଁ ଅଭିଭାବକମାନେ ଡେଲିଭରି ଡେଟ୍ର ୧୫ରୁ ୨୦ ଦିନ ପୂର୍ବରୁ ଶୁଭ ମାନୁଛନ୍ତି । ବିଶେଷ ଯୋଗ ଥିବା ସମୟ ଯେମିତିକି ମାତାପିତାଙ୍କ ଜନ୍ମଦିନ ହେଉ କିମ୍ବା ଅନ୍ୟ କୌଣସି ଯୁଗପୁରୁଷଙ୍କ ଜନ୍ମତିଥିକୁ ଶୁଭ ମନାଯାଉଛି । ଫଳରେ ଏହିଦିନରେ ସିଜରିଂ କରାଇ ପିଲା ଜନ୍ମ ଦେବାକୁ ଚାହୁଁଛନ୍ତି ଅଭିଭାବକ । ଏଠାରେ ଥିବା ହସ୍ପିଟାଲଗୁଡ଼ିକରେ ସିଜରିଆନ୍ ଡେଲିଭରି ପାଇଁ ୭୫ ହଜାର ନିଆଯାଉଥିବାବେଳେ ଶୁଭ ମୁହୂର୍ତ୍ତରେ ପିଲାଟିଏ ଜନ୍ମ ଦେବାକୁ ଆଉ ଅଧିକ ୧୦ ହଜାର ଟଙ୍କା ପଡ଼ିଥାଏ ।


