ଶୃଙ୍ଖଳିତ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ

ଭୁବନେଶ୍ୱର: ସରିଲା ରଥଯାତ୍ରା । ରତ୍ନବେଦୀକୁ ବାହୁଡିଲେ ଶ୍ରୀଜିଉ । ଆଜିଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତି ଅନୁଷ୍ଠିତ ହେବା ସହ ଶ୍ରୀମନ୍ଦିରରେ ମିଳିବ ନୀଳାଚଳ ଅବଢ଼ା । ଶ୍ରୀଗୁଣ୍ଡିଚାରେ ଶ୍ରୀମନ୍ଦିରରୁ ବାହାରିଥିବା ମହାପ୍ରଭୁ ରତ୍ନସିଂହାସନକୁ ଫେରିଛନ୍ତି । ଶ୍ରୀକ୍ଷେତ୍ରରେ ସରିଛି ନିଳାଦ୍ରୀ ବିଜେ ନୀତି । ସିଂହଦ୍ୱାର ସମ୍ମୁଖରେ ଠିଆ ହୋଇଥିବା ତିନି ରଥରୁ ଗୋଟି ପହଣ୍ଡିରେ ନୀଳକନ୍ଦରକୁ ବିଜେ କରିଛନ୍ତି ଶ୍ରୀଜିଉ । ତେବେ ରଥଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଦେଇଛନ୍ତି । ସେବାୟତ, ପ୍ରଶାସନ ଓ ଓଡ଼ିଶାବାସୀଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ସବୁ ଆୟୋଜନ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ସର୍ବୋପରି ସବୁ ସେହି ଲୀଳାମୟଙ୍କ ଇଚ୍ଛା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଜଣାଇଛନ୍ତି । ଏପଟେ ରଥଯାତ୍ରାର ସୁରୁଖୁରୁରେ ଶେଷ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ଦୟାରୁ ରଥଯାତ୍ରା ସଂପନ୍ନ ହୋଇଛି । ଏଥିପାଇଁ ସେବାୟତ, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । କୋଭିଡ ଗାଇଡଲାଇନ ମାନି ଭକ୍ତମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରାର ଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କ ସହଯୋଗ ପାଇଁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ