ଶେରଗଡ଼ ବ୍ଲକ ର ସମସ୍ତ ପଞ୍ଚାୟତରେ ଖୋଲିଲା କୋଭିଡ କେୟାର ହୋମ

ଶେରଗଡ଼, (ଦେବୀ ପ୍ରସାଦ ମିଶ୍ର):ଶେରଗଡ଼ ବ୍ଲକ ପଞ୍ଚା ୟତକୁ ନେଇ ଗଠିତ।କରନା ମୁକିବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ନିର୍ଦେଶ ଆସିଛି।ତାକୁ ଶେରଗଡ଼ ବ୍ଲକ ପ୍ରଥମେ ଆରମ୍ଭ କରିଛି।ଏହି ପରିପ୍ରେକ୍ଷୀରେ ଶନିବାର ଦିନ ବ୍ଲକର ସମସ୍ତ ଗ୍ରାମପଂଚାୟତରେ ଏହା ଆରମ୍ଭ କରାଯାଇଛି।ପ୍ରତି ପଂଚାୟତ ରେ ୧୦ଜଣ ଲୋକଙ୍କ ପାଇଁ ଏହି ଵ୍ୟଵସ୍ଥା କରାଯାଇଛି।ମହୁପଦର ଓ ଶେରଗଡ଼ ପଂଚାୟତ ଆମ୍ବୁଆବାଡି ଗ୍ରାମ ଛକରେ ଥିବା ଏକ ସରକାରୀ କୋଠ ରେ ଆରମ୍ଭ ହୋଇଥିବା ବେଳେ ବଳକା ୨୦ଟି ପଞ୍ଚାୟତରେ ରାଜୀବସେବା କେନ୍ଦ୍ର ମାନଙ୍କରେ କେୟାର ହୋମ ବ୍ୟବସ୍ଥା କରାଯାଇଛି।ପ୍ରତି କେନ୍ଦ୍ର ମାନଙ୍କରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସହ ଜଣେ ଏ.ଏନ.ଏମ,ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ ସହ ,ଜଣେ ଫାର୍ମସିଷ୍ଟ ରହି ତଦାରଖ କରିବେ।ଏହା ସମ୍ପୃକ୍ତ ପଂଚାୟତର ଗ୍ରାମ ସେବକ ବା ନୋଡ଼ାଲ ଅଧିକାରୀ ଙ୍କ ତତ୍ୱାବଧାନରେ ପରିଚାଳନା ହେବ।ପଂଚାୟତ ପାଣ୍ଠି ବା ସରକାରଙ୍କ ଦ୍ବାରା ଦିଆଯାଇଥିବା ୧୦ହଜାରରୁ ଏହି ଖର୍ଚ୍ଚ ଭରଣା କରାଯିବ।ପ୍ରତି ଗ୍ରାମ ପଂଚାୟତ ର ସରପଞ୍ଚ ମାନେ ନିଜ ପଂଚାୟତ କୁ ଫେରୁଥିବା ପ୍ରବାସୀ ମାନଙ୍କୁ ଉପଯୁକ୍ତ ଯାଂଚ ପରେ କରୋନା ରୋଗୀଙ୍କୁ ଉକ୍ତ ପଂଚାୟତ କୋଭିଡ କେୟାର ହୋମରେ ରଖିବେ।ଏହାକୁ ବିଡ଼ିଓ ସୁରଞ୍ଜନ କୁମାର ସାହୁ ଶନିବାର ଦିନ ପରିଦର୍ଶନ କରିବା ସହ ପଞ୍ଚାୟତ ର ସରପଞ୍ଚ ଓ ଗ୍ରାମ ସେବକ ମାନଙ୍କ ସହ କଥାବାର୍ତ୍ତା ହୋଇ ଆସିଛନ୍ତି।ଅପରାହ୍ଣରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଁଚି କୋଭିଡ କେୟର ହୋମ ଗୁଡିକର ସମୀକ୍ଷା କରିବା ସହ ପରେ ମହୁପଦର ପଞ୍ଚାୟତର କୋଭିଡ କେୟାର ହୋମ ପରିଦର୍ଶନ କରିଥିଲେ।ଉକ୍ତ ସମୟରେ ଉପଜିଲାପାଳ ରାଜେନ୍ଦ୍ର ମିଞ୍ଜ ,ତହସିଲଦାର ଡ଼. ଦୟା ସିନ୍ଧୁ ପରିଡା,ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ,ଅତିରକ୍ତ ତହସିଲ ଦାର ଅକ୍ଷୟ କୁମାର ମଲ୍ଲିକ, ସମିତି ସଭ୍ୟ କାଳୁ ଗୋୖଡ,ଗ୍ରାମ ସେବକ ରବି କୁମାର ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ