ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି
ସାଧାରଣତଃ ଥଣ୍ଡା ପାଣି ପିଇବା ସମସ୍ତଙ୍କର ପସନ୍ଦ ଥାଏ । କିନ୍ତୁ ଜାଣନ୍ତି କି ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ଶରୀରକୁ ଅଧିକ ସୁସ୍ଥ ରଖିଥାଏ । ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ହ୍ରାସ ପାଇଥାଆନ୍ତି । ତେଣୁ ସକାଳେ ଓ ସନ୍ଧ୍ୟାରେ ଉଷୁମ ପାଣି ପିଇବା ଅଭ୍ୟାସ କରନ୍ତୁ । ଆସନ୍ତୁ ଜାଣିବା ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ କ’ଣ ସବୁ ଶରୀରକୁ ଲାଭ ମିଳିଥାଏ ।
ପ୍ରତିଦିନ ରାତିରେ ଉଷୁମ ପାଣି ପିଇବା ଦ୍ୱାରା ଶରୀରରୁ ଅନାବଶ୍ୟକ ଚର୍ବି ହ୍ରାସ ପାଇଥାଏ । କେବଳ ଏତିକି ନୁହେଁ, ପ୍ରତିଦିନ ରାତିରେ ଖାଇସାରିବା ପରେ ଅର୍ଥାତ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ କିଡନୀ ସମସ୍ୟା ଦୂର ହୋଇଥାଏ । ନିୟମିତ ଉଷୁମ ପାଣିରେ ଗାଧୋଇଲେ ଗଣ୍ଠିଦରଜ କମିଥାଏ ।
ସେହିପରି ହୃଦରୋଗୀ ସବୁଦିନ ଉଷୁମପାଣି ପିଇବା ଉଚିତ୍ । ଯଦି ଉଷୁମ ପାଣି ପିଉନାହାନ୍ତି ଖୁବ୍ଶୀଘ୍ର ଏହି ଅଭ୍ୟାସ ଆରମ୍ଭ କରିଦିଅନ୍ତୁ । ଏପରି କଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହିତ ହୃଦ୍ଘାତ ଆଶଙ୍କା କମ୍ ରହିଥାଏ ।
ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିୟମିତ ଭାବେ ପିଇଲେ ହଜମ ପ୍ରକ୍ରିୟା ଠିକ୍ ହୋଇଥାଏ । ଫଳରେ କୋଷ୍ଠ୍ୟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ ।


