ଶୋଭା ଟ୍ରଷ୍ଟ ପକ୍ଷରୁ ମର୍ଦକୋଟକୁ ସାନିଟାଇଜ୍

କୋଦଳା, (ଗୁଲସନ କୁମାର କର):ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ରାଜ୍ୟରେ କରୋନା ମହାମାରୀକୁ ପ୍ରତିହତ କରିବାରେ ପଞ୍ଚାୟତ ସ୍ତରରେ ଭୂମିକାକୁ ଲକ୍ଷ୍ୟକରି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଥିଲେ। ଗଂଜାମ ଜିଲ୍ଲା ମର୍ଦକୋଟ ପଞ୍ଚାୟତରେ ଏନେଇ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଗୁରୁବାର ଶୋଭା ଟ୍ରଷ୍ଟ ପକ୍ଷରୁ ସରପଞ୍ଚଙ୍କ ସହଯୋଗରେ ପଞ୍ଚାୟତକୁ ସାନିଟାଇଜ କରାଯାଇଛି ।ଭୂବନେଶ୍ବର ଶୋଭା ଟ୍ରଷ୍ଟ ସଂପାଦକ ପିତାମ୍ବର ପଲେଇକଂ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଦିପ୍ତୀ ପ୍ରକାଶ ନାୟକ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସେଠୀ, ଯୁବ ସମାଜସେବୀ ପ୍ରଫୁଲ୍ଲ ସାହୁ, ମାଧବ ଚରଣ ପାଇକରାୟ, ବସୁଦେବ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସାହି ଗୁଡିକର ସାନିଟାଇଜ୍ କରିବା ସହ ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି ।ସାବୁନ୍ ଦ୍ବାରା ଭଲକରି ହାତ ଧୋଇବା, ମାକ୍ସ ପିନ୍ଧିବା, ସାମାଜିିକ ଦୂରତା ରକ୍ଷା କରି ନିଜେ ସୁରକ୍ଷିତ ରହି ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସଚେତନତା ମଧ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ