ଦିଗପହଣ୍ଡି ମେଡିକାଲର ୨ ଡ଼ାକ୍ତର ସମେତ ଜଣେ ପୂର୍ବତନ କାଉନସିଲର ଙ୍କୁ କରୋନା

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଗୋଷ୍ଠୀ ସ୍ଵାସ୍ଥ୍ଯକେନ୍ଦ୍ରର ୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ସହ ଅନ୍ୟ ୨ ଲ୍ୟାବ ଟେକନିସିଅନଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।ଏପରିକି ସେମାନଙ୍କ ସଂସ୍ପର୍ଶରେ ଆସି ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ଜଣେ ଔଷଧ ଦୋକାନୀଙ୍କ ସମେତ ତାଙ୍କ କର୍ମଚାରୀ ଙ୍କ ସ୍ତ୍ରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର ରେ ନିଯୁକ୍ତ ସ୍ୱଚ୍ଛତା ସୁପର ଭାଇଜର ଙ୍କ ସହ କ୍ୱାର୍ଟର ରେ ରହୁଥିବା ଜଣେ ଆଶା କର୍ମୀ ଙ୍କ ସ୍ଵାବ ରିପୋର୍ଟ ପଜିଟିଭ୍ ଥିବା ଜଣାପଡିଛି। ସହରର ଜଣେ ପୂର୍ବତନ କାଉନସିଲର କରୋନା ରେ ସଂକ୍ରମିତ ହୋଇ ବ୍ରହ୍ମପୁର ରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଗୁରୁବାର ସ୍ଥାନୀୟ ଚାଚା ନେହେରୁ ପ୍ରାଥମିକ ବିଦ୍ୟାଳୟ ରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଟେଷ୍ଟିଂ ସେଣ୍ଟର ରେ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ସହର ସମେତ ଆଖପାଖ ଗ୍ରାମାଞ୍ଚଳ ର ବହୁସଂଖ୍ୟକ ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିବା ଦିଗପହଣ୍ଡି ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କହିଛନ୍ତି।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ସମସ୍ତ ଔଷଧ ଦୋକାନ ଗୁଡ଼ିକୁ ସିଲ୍ କରାଯାଇଛି। ଦିଗପହଣ୍ଡିରେ କରୋନା ଭୂତାଣୁ ଧୀରେ ଧୀରେ ତାର କାୟା ବିସ୍ତାର କରିବାରେ ସକ୍ଷମ ହେଉଥିବାରୁ ସହରରେ ଆତଙ୍କ ଖେଳିଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନ୍ଏସି ଅଞ୍ଚଳ ୫ ଦିନ ଧରି ସଟଡାଉନ କରାଯାଇଥିବାରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରାଯିବା ସହ ସ୍ଵାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।ଲୋକେ ଭୟଭୀତ ନହୋଇ ଘରେ ରହି ପ୍ରଶାସନକୁ ସହଯୋଗ କଲେ କରୋନାକୁ ନିୟନ୍ତ୍ରଣ କରିବାରେ ସହଜ ହେବ ବୋଲି ସେ କହିଛନ୍ତି।ଅପରପକ୍ଷରେ ଦିଗପହଣ୍ଡି ବ୍ଲକର ଗୋକର୍ଣ୍ଣପୁର ଏବଂ ସିଦ୍ଧେଶ୍ଵର ପଞ୍ଚାୟତରେ
ପ୍ରତିଦିନ ପଜେଟିଭ ଚିହ୍ନଟ ହେଉଥିବାରୁ ବ୍ଲକ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।ଯଦ୍ଵାରା କଣ୍ଟାକ୍ଟ ଟ୍ରେସିଂ ଏବଂ ସ୍କ୍ରିନିଂ ପାଇଁ ଦୁଇ ଗ୍ରାମ ଗୋକର୍ଣ୍ଣପୁର ଓ ସିଦ୍ଧେଶ୍ଵରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ବୋଲି ବିଡିଓ ହଳଧର ଶବର ସୂଚନା ଦେଇଛନ୍ତି।ସେହିଭଳି ବାସୁଦେବପୁର ଓ ଗୌଡ ଗାଁ ରେ ପଜେଟିଭ ଚିହ୍ନଟ ହେବାପରେ ସରପଞ୍ଚ ରବି ନାରାୟଣ ପାଢୀ,କୃଷ୍ଣ ଚନ୍ଦ୍ର ସାହୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ୭ ଦିନିଆ ସଟଡାଉନ ଘୋଷଣା କରିଛନ୍ତି।ତେବେ କିଛି ଅମାନିଆ ନିର୍ଦ୍ଦେଶକୁ ବେଖାତିର କରି ଗ୍ରାମାଞ୍ଚଳ ମାନଙ୍କରେ ଘୁରି ବୁଲୁଥିବା ରୁ ସେମାନଙ୍କୁ ଦୃଢ ହସ୍ତରେ ଦମନ କରାଯିବ ବୋଲି ଆଇଆଇସି ବସନ୍ତ କୁମାର ସେଠୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ