ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ବ୍ଳକର ଅତିରିକ୍ତ କାର୍ଯ୍ୟାଳୟ ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ନୂତନ ଅତିରିକ୍ତ କାର୍ଯ୍ୟାଳୟ ମାର୍ଚ୍ଚ ୨୫ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକସରଙ୍କ ମାନ୍ୟବର ଶ୍ରମ ଓ ଇ.ଏସ.ଆଇ. ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏହି ଅତିରିକ୍ତ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ପୋଲସରା ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଭିକାରୀ ଚରଣ ଖଣ୍ଡୁଆଳ, ସହକାରୀ ଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଏବିଡ଼ିଓ ଧର୍ମରାଜ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ରାଜେନ୍ଦ୍ର କୁମାର ପ୍ରଧାନ, ପୂର୍ବତନ ସମିତିସଭ୍ଯ ଟୁକୁନା ସାହୁ ପ୍ରମୁଖଙ୍କ ସମେତ ବ୍ଲକ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ