ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲର ଶତବାର୍ଷିକୀ ସମାରୋହ ଉଦ୍ଯାପୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗଜପତି ଜିଲ୍ଲାର ଗୁରାଣ୍ଡି ଠାରେ ଥିବା ଶ୍ରାକୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲର ଶତବାର୍ଷିକୀ ସମାରୋହ ଗତକାଲି ରାତ୍ରରେ ଉଦ୍ଯାପୀତ ହୋଇଯାଇଛି । ଗଜପତି ଜିଲ୍ଲା ମୋହନାର ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶହେ ବର୍ଷର ଶିକ୍ଷାନୁଷ୍ଠାନ ଶ୍ରାକୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲର ବିଦ୍ୟାଦାନ ପଦ୍ଧତି ଏବଂ ଏହାର ବହୁ କୃତୀ ସନ୍ତାନ ଏହି ଅଞ୍ଚଳକୁ ଦେଶ ବିଦେଶରେ ଗୌରବାନିତ କରିପାରିଛନ୍ତି । ଆଗାମୀ ଦିନରେ ଉନ୍ନତ ମାନର ଶିକ୍ଷା ଦାନ ବ୍ୟବସ୍ଥା ଦ୍ୱାରା ହାଇସ୍କୁଲର ଉନ୍ନତି କାମନା କରିଥିଲେ । ମୁଖ୍ୟବକ୍ତା ଭାବେ ବରିଷ୍ଠ ବିଜେପି ନେତା ତଥା ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଯୋଗଦେଇ ଶ୍ରାକୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲର ପ୍ରତିଷ୍ଠାତା ପାରଳା ମହାରାଜାଶ୍ରାକୃଷ୍ଣଚନ୍ଦ୍ର ଦେବଙ୍କ ସ୍ମୃତିଚାରଣ କରିବା ସହ ଶୃଙ୍ଖଳାର ସହ ବିଦ୍ୟାର୍ଜନ କରି ହାଇସ୍କୁଲର ପୁରାତନ ଟେକ ଓ ଗୌରବକୁ ବଜାୟ ରଖନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ପାରଳା ସ୍ୱାବିମାନ ମଞ୍ଚର ମୁଖ୍ୟ ତଥା ହାଇଟେକ୍ ଗୃପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ,ପାରଳା ବିଧାୟକ କେ.ନାରାୟଣ ରାଓ,ପୁର୍ବତନ ପାରଳା ବିଧାୟକ ବିଜୟ କୁମାର ଜେନ୍ନା,ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅନୀତାରାଣୀ ବେହେରା,ଗୋଷାଣୀ ବ୍ଲକ ଅଧ୍ୟକ୍ଷା ସିଏଚ୍.ତାରକେଶ୍ୱରୀ,ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଶ୍ରାକୃଷ୍ଣଚନ୍ଦ୍ର ଗଜପତି ହାଇସ୍କୁଲର ପୁରାତନ ଐତିହ ଉପରେ ଆଲୋକପାତ କରି ଏହାର ଉନ୍ନତି କାମନା କରିଥିଲେ ଶତବାର୍ଷିକୀ ଉତ୍ସବ ପାଳନ କମିଟିର ସଭାପତି ପ୍ରତାପ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଏହି ସମାରୋହ ଅନୁଷ୍ଟିତ ହୋଇଥିଲା । ପରିଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରବଳ ଶୀତ ସତ୍ୱେ ହଜାର ହଜାର ଲୋକ ଏହି କାର୍ଯୟକ୍ରମରେ ନିଜକୁ ହଜାଇ ଦେଇଥିଲେ ।


