ଶ୍ରୀମନ୍ଦିର ୱାଚ୍ ଟାୱାରରେ ବିଦେଶିନୀ
ଭୁବନେଶ୍ୱର: ଶ୍ରୀମନ୍ଦିର ୱାଚଟାୱାରରେ ଚଢି ୩ ଜଣ ବିଦେଶିନୀ ଫଟୋ ଉଠାଇବା ଘଟଣା ସାମ୍ନାକୁ ଆସିଛି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପୁଲିସ କର୍ମଚାରୀ ମୁତୟନ ଥିଲେ ମଧ୍ୟ ସେମାନେ କିଭଳି ଏ ସମ୍ପର୍କରେ ଜାଣିପାରିଲେନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ଉତ୍ତରପଶ୍ଚିମ କୋଣର ପୁଲିସ ୱାଚ୍ ଟାୱାରରେ ଚଢି ସେମାନେ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ଟାୱାରେ ଚଢି ସେମାନେ ଫଟୋ ଉଠାଇବା ସହ ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି । ସମ୍ପୃକ୍ତ ବିଦେଶିନୀମାନେ କୋଇଲି ବୈକୁଣ୍ଠ ସଂଲଗ୍ନ ନିଷିଦ୍ଧାଞ୍ଚଳର ଫଟୋ ଓ ଭିଡିଓ ଉତ୍ତୋଳନ କରିଛନ୍ତି । ସୁରକ୍ଷା କର୍ମୀଙ୍କ ଅବହେଳା ତଥା ଅନୁପସ୍ଥିତିରୁ ଏଭଳି ହୋଇଥିବା ଚର୍ଚ୍ଚା ହେଉଛି ।


