ଶ୍ରୀଶ୍ରୀ ଚୈତନ୍ୟ ମହାପ୍ରଭୂଙ୍କ ଚବିଶି ପ୍ରହର ନାମଯଜ୍ଞ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ବଣବୁଲାପଲ୍ଲୀ ଗ୍ରାମ ଠାରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୂଙ୍କ ଚବିଶି ପ୍ରହର ନାମଯଜ୍ଞ ଓ ଅନ୍ନଯଜ୍ଞ ଗତ ୨୧ ତାରିଖ ଠାରୁ ମହନ୍ତ ଶ୍ରୀ ଦୟାରାମ ଦାସଙ୍କ ତତ୍ୱାବଧାନରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ରବିବାର ସନ୍ଧ୍ୟାରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ. ଜନାର୍ଦନ ରେଡ୍ଡୀ, ସହ -ସମ୍ପାଦକ ଗୁରନାଥ ପ୍ରଧାନ,ଯୁବ ଆଇନଜୀବୀ ଡ଼ି. ଆଦିନାରୟଣ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ ରେଡ୍ଡୀ, ବରିଷ୍ଠ କୃଷକ ନେତା ସିଏଚ. ସତ୍ୟ ନାରୟଣ ରେଡ୍ଡୀ ଙ୍କ ସମେତ ଏକ ପ୍ରତିନିଧି ଦଳ ଗ୍ରାମ ରେ ପହଁଚି ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୂଙ୍କ ଦର୍ଶନ କରି ଆଶ୍ରିବାଦ ଲାଭ କରିଥିଲେ, ଏହା ସହିତ ପ୍ରସାଦ ସେବନ ମଧ୍ୟ କରିଥିଲେ,ଏହି ଅବସରରେ ଗ୍ରାମ ରେ ଏକ ଆଧାତ୍ମିକ ପରିବେଶ ସହିତ ଭାଇଚାରା ର ସୃଷ୍ଟି ହୋଇଛି ,ପ୍ରାରମ୍ଭ ରେ ଏହି ଦଳକୁ ଗ୍ରାମ ନିକଟରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ମାଧ୍ୟମରେ ପାଛୋଟି ଅଣାଯାଇଥିଲା,ସମସ୍ତ କାର୍ଯ୍ୟକ୍ରମ କୁ ବଣବୁଲାପଲ୍ଲୀ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଆସନ୍ତା ୨୬ ତାରିଖ ଦିନ ମନୋରଂଜନ ନିମନ୍ତେ ରାମାୟଣ ନାଟକ ହେବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ