ସାନଖେମୁଣ୍ଡି ରେ କୃଷି ବିଭାଗ ପକ୍ଷରୁ ଅକ୍ଷୀ ମୁଠି ଶୁଭାରମ୍ଭ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶସ୍ତି କରଣ ବିଭାଗର ନିର୍ଦ୍ଦେଶ ପ୍ରକାରେ ଆଜି ସାନଖେମୁଣ୍ଡି ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ କୃଷି ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି। ସାନଖେମୁଣ୍ଡି ବ୍ଲକ ଗୋଷ୍ଠି କୃଷି ଅଧିକାରୀ ଜୟପ୍ରଭା ଆଚାର୍ଯ୍ୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ବିଶ୍ଵନାଥ ବରାଡ ଭୂମି ପୂଜା କର୍ତ୍ତା ଅଂଶ ଗ୍ରହଣ କରିଥିଲେ। ପୂଜା ଉଛବରେ ସାନଖେମୁଣ୍ଡି ବ୍ଲକ ର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଜିଲ୍ଲା ପରିଷଦ ସଭ୍ୟ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାରମ୍ପରିକ ରୀତିରେ ଚାଷ ସହ ଧାନ ବୁଣିଥିଲେ। ସହକାରୀ କୃଷି ଅଧିକାରୀ ବିଶ୍ବରଂଜନ ରାଉତ ସହକାରୀ ଉଦ୍ୟାନ।ଅଧିକାରୀ ସୁରଭି ଗଡ଼ନାୟକ ସହକାରୀ ଜୟଶ୍ରୀ ଦେବୀ ଜୀବିକା ମିଶନ ସଂଯୋଜକ ଦୁର୍ଯ୍ୟୋଧନ ମଲ୍ଲୀକ ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ। ବିଭାଗ ତରଫରୁ କୃଷକ ମାନଙ୍କୁ ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଭଲ ଫସଲ ଅମଳ ପାଇଁ ଉପସ୍ଥିତ ଥିବା ସମସ୍ତ ପ୍ରତିନିଧି ପଦାଧିକାରୀ କୃଷକ ମା ଲକ୍ଷ୍ମୀ ଙ୍କୁ ଆରାଧନା କରିବା ସହ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ