ଏକାଡେମୀକ୍ ଇଣ୍ଟର ନ୍ୟାସନାଲ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ଏକାଡେମୀକ୍ ଇଣ୍ଟର ନ୍ୟାସନାଲ ସ୍କୁଲରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ବସନ୍ତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖଡଗପୁର ଆଇ.ଆଇ.ଟିର ବରିଷ୍ଠ ଗବେଷକ ବିଜୟ ବିକ୍ରମ ସାମଲ, ସ୍କୁଲ ପରିଚାଳନା ନିର୍ଦ୍ଦେଶକ ଦୈତାରୀ ଚରଣ ପତି ଯୋଗ ଦେଇ ବିଜ୍ଞାନମେଳା ଆୟୋଜନ ଦ୍ୱାରା ପିଲା ମାନଙ୍କର ନୂତନ ଚିନ୍ତାଧାରା ଓ ନୂତନ ଆବିଷ୍କାର ସଂପର୍କୀତ ଚିନ୍ତାଧାରା ଆସିଥାଏ ବୋଲି କହିଥିଲେ । ଏହି ଅବସରରେ ବିଜ୍ଞାନମେଳାରେ ଚୟନ ହୋଇଥିବା ୨୧ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମାନସ କୁମାର ଜେନା, ଦୀଲିପ ନାୟକ, ରମାକାନ୍ତ ତ୍ରିପାଠୀ, ସୁନୀଲ ସାହୁ, ନାରାୟଣ ତ୍ରିପାଠୀ, ସଲିମ୍ ଅଲ୍ଲୀ, ଚିନ୍ମୟ କୁମାର ଦାସ, ନରେନ୍ଦ୍ର ବେହେରା, ହିମାଂଶୁ ପ୍ରଧାନ, ସୁଚିଶ୍ମିତା ମହାନ୍ତି, ବିନିତା ତ୍ରିପାଠୀ, ଅମିତା ବେହେରା, ହୋଲି ପଣ୍ଡା, ଶୁଭଲକ୍ଷ୍ମୀ ଦାସ, ସିପ୍ରା ସାହୁ, ତପସ୍ୱିନୀ ପାତ୍ର ସହଯୋଗ କରିଥିଲେ ।


