ଶ୍ୱାସରୋଗୀଙ୍କ ପାଇଁ ଉପକାରୀ ‘ଅରଖ ଫୁଲ’
ଭଗବାନ ଶିବଙ୍କୁ ଅର୍ପଣ କରାଯାଉଥିବା ଅରଖ ଫୁଲର ବେଶ୍ ଉପକାରୀ ଗୁଣ ରହିଛି । ବିଭିନ୍ନ ରୋଗ ପାଇଁ ଏହି ଫୁଲ ମହୌଷଧୀ ଭାବେ କାର୍ଯ୍ୟ କରେ । କେବଳ ଫୁଲ ନୁହେଁ, ଏହାର ପତ୍ର ମଧ୍ୟ ଉପକାରୀ । ଅରଖ ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଶ୍ୱାସ, ଡାଇବେଟିସ, ଶ୍ୱାସରୋଗ, ମଧୁମେହ, ଆଲର୍ଜି, କୁଷ୍ଠ ଓ ପାଇଲ୍ସ୍ ପରି ରୋଗକୁ ଭଲ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ । ସେହିପରି କୌଣସି ସ୍ଥାନରେ ଖଣ୍ଡିଆ ହୋଇଗଲେ, ସେହି ସ୍ଥାନରେ ଅରଖ ପତ୍ରକୁ ଗରମ କରି ବାନ୍ଧିଦିଅନ୍ତୁ । ଏପରି କଲେ ଖଣ୍ଡିଆ ସ୍ଥାନରୁ ରକ୍ତ ବାହାରିବା ବନ୍ଦ ହେବା ସହିତ ଯନ୍ତ୍ରଣା ଏବଂ ଜଳାପୋଡ଼ା ମଧ୍ୟ ବନ୍ଦ ହୋଇଯିବ ।


