ସକାଳେ ଖାଆନ୍ତୁ ବାସି ରୁଟି
ବାସି ରୁଟିକୁ ଅନେକେ ଅଦରକାରୀ ଭାବି ଫୋପାଡି ଦେଇଥାଆନ୍ତି । ହେଲେ ଏଥିରେ ଥିବା ପୋଷକ ତତ୍ତ୍ୱ ଓ ପ୍ରୋଟିନ୍ ଆମ ଶରୀର ପାଇଁ ବେଶ ଲାଭଦାୟକ । ବିଭିନ୍ନ ସମୟରେ କରାଯାଇଥିବା ଗବେଷଣାରୁ ବାସି ରୁଟିର ଉପକାରିତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
-ସୁଗାର ସମସ୍ୟା ଥିଲେ ନିୟମିତ ଥଣ୍ଡା କ୍ଷୀରରେ ବାସିରୁଟି ମିଶାଇ ଖାଲଲେ ଶର୍କରାସ୍ତର ନିୟନ୍ତ୍ରଣରେ ରହିଥାଏ ।
-ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ବାସି ରୁଟି । ସକାଳୁ ଖାଲି ପେଟରେ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରୁହେ ।
-ପେଟ ଦରଜ, ଜଳାପୋଡ଼ା, ଏସିଡିଟି ଆଦି ସମସ୍ୟା ଥିଲେ ବାସିରୁଟି ଓ ଥଣ୍ଡା କ୍ଷୀର ଏକାଠି ଖାଇଲେ ଲାଭ ମିଳିଥାଏ ।


