ଷ୍ଟକ ବଜାର ପାଇଁ ଆଜି ଥିଲା ଏକ ଐତିହାସିକ ଦିନ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ବଜାର ପାଇଁ ଆଜି ଥିଲା ଏକ ଐତିହାସିକ ଦିନ। ଆମେରିକା ନିର୍ବାଚନ ଫଳାଫଳ ଏବଂ କରୋନା ଟିକା ଆସିବା ନେଇ ସକାରାତ୍ମକ ଖବର ପ୍ରଚାର ହେବା ପ୍ରଭାବରେ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ଆଜି ବଡ଼ ଧରଣର ବୃଦ୍ଧି ହୋଇଛି। ସେନ୍‌ସେକ୍ସ ଆଜି ୬୮୦ ପଏଣ୍ଟ୍‌ ବୃଦ୍ଧି ପାଇ ୪୩,୨୨୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ପ୍ରଥମ ଥର ଲାଗି ସେନ୍‌ସେକ୍ସ ଏଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍ ବିଜୟୀ ହେବା ସମ୍ଭାବନା ଦୃଢ଼ୀଭୂତ ହେବା ଦିନ ଠାରୁ ସେନ୍‌ସେକ୍ସ ନିୟମିତ ଭାବେ ବଢ଼ୁଛି। ସେହିପରି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟିରେ ମଧ୍ୟ ବୃଦ୍ଧିର ଧାରା ଜାରି ରହିଛି। ଆଜି ନିଫ୍‌ଟି ୧୭୦ ପଏଣ୍ଟ୍‌ ବୃଦ୍ଧି ପାଇ ୧୨,୬୫୦ ପଏଣ୍ଟ୍‌ରେ ବନ୍ଦ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ