ଷ୍ଟାଡିୟମ ପରିସରରୁ ବାଇକ ଚୋରି

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍‌) : ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ବିଭିନ୍ନ ରକମର ଚୋରି କରୁଥିବା ଚୋରମାନଙ୍କର ଆଡ୍ଡା ସ୍ଥଳି ପାଲଟିଥିବା ପରିଲକ୍ଷିତ ହୋଇଛି । ଗତ ୫ ମାସ ମଧ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରୁ ୫ରୁ ଅଧିକ ବିଭିନ୍ନ ପ୍ରକାର ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଚୋରକୁ ଧରିବାରେ ଅକ୍ଷମ ହୋଇଛି । ଆଜି ଅନୁରୂପ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏକ ସ୍ପେଣ୍ଡର ପ୍ଲସ (ଓଆର୦୭-୫୦୮୦) ନାଲି କଲର ବାଇକକୁ ଦୁର୍ବୃତମାନେ ଚୋରି କରି ନେଇଥିବା ଜଣାପଡ଼ିଛି । ଉକ୍ତ ବାଇକଟି ସାଇନଗରସ୍ଥିତ ଏନ୍‌.ପ୍ରିୟାଂଶୁ ରେଡ୍ଡି ବୋଲି ଜଣାପଡ଼ିଛି । ପ୍ରିୟାଂଶୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଅଟନ୍ତି । ସେ ଆଜି ସକାଳୁ ବାଇକ୍ ଯୋଗେ ଷ୍ଟାଡିୟମକୁ ଆସିଥିଲେ । ଷ୍ଟାଡିୟମ ଗେଟ ପାଖରେ ବାଇକ ରଖି ମହାବିଦ୍ୟାଳୟରେ ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଯୋଗୀ ଭାବେ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମ ଶେଷ ହେବା ପରେ ନିଜ ବାଇକ ରଖିବା ସ୍ଥାନରୁ ନପାଇବାରୁ ସେ ଚାରିଆଡ଼େ ଖୋଜାଖୋଜି କରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛତ୍ରପୁର ଥାନାରେ ଅଭିଯୋଗ କରିବେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ