ସଂଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ସମ୍ପର୍କିତ ତାଲିମ ପ୍ରଦାନ

ଛତ୍ରପୁର, (ଓ୍ବାଇଏନ୍ଏସ୍):ସାରା ବିଶ୍ୱ କରୋନା ମହାମାରୀରେ କବଳିତ । ଭାରତ ମଧ୍ୟ ଏଥିରୁ ବର୍ତ୍ତି ନଥିବା ବେଳେ ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିଭଳି ଓଡ଼ିଶାରେ ମଧ୍ୟ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । ଆଉ ଏହାର ତାଲିକାର ଶୀର୍ଷରେ ରହିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ଅନେକ ପ୍ରବାସୀ ଓଡ଼ିଆ ଅନ୍ୟ ରାଜ୍ୟରେ ଥିବା ବେଳେ ସେମାନେ ଜିଲ୍ଲାକୁ ଫେରିବା ପରେ ସେମାନେ ଏହି କୋରନାରେ ଆକ୍ରାନ୍ତ ହୋଇଥିବା ସ୍ୱାବ ପରୀକ୍ଷା ପରେ ଜଣାପଡିଛି । ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ମାନଙ୍କୁ ଜିଲ୍ଲାରେ ପ୍ରାୟ ୨୮ଶହ ସଂଗରୋଧ କେନ୍ଦ୍ର କରି ସେମାନଙ୍କୁ ୨୧ ଦିନିଆ କ୍ୱାରାଣ୍ଟାଇନରେ ରଖାଯାଉଛି । ତେବେ ସଂଗରୋଧ କେନ୍ଦ୍ରରେ ରହିବା ବେଳେ ସେମାନଙ୍କୁ ବ୍ୟାୟାମ ଓ ମନୋରଞ୍ଜନ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦେଇଥିବା ବେଳେ ଏବେ କୋଭିଡ-୧୯ ରୋଗ ସମ୍ପର୍କିତ ତାଲିମ ପ୍ରଦାନ କରୁଛି ଜିଲ୍ଲା ପ୍ରଶାସନ । ଏହି ରୋଗର ଲକ୍ଷଣ , କିଭଳି ଏଥିରୁ ଦୃରେଇ ପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଅନ୍ତେବାସୀ ମାନଙ୍କୁ ତାଲିମ ଦିଆଯାଉଛି । କ୍ୱାରାଣ୍ଟାଇନରେ ଥିବା ଅନ୍ତେବାସୀ ମାନେ ନିଜର ନିଜର ୨୧ ଦିନିଆ କ୍ଲାରାଣ୍ଟାଇନ ଶେଷ ହେବା ପରେ ଏଠାରୁ କରୋନା ସମ୍ପର୍କିତ ପାଇଥିବା ତାଲିମକୁ ନିଜ ନିଜ ଗାଁ ଓ ସମାଜ ପ୍ରତି ଉପଯୋଗ କରିବା ସହ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନତା କରିବାରେ ସହାୟକ ହେବେ ବୋଲି ଜିଲ୍ଲା ପ୍ରଶାସନ ଦୃଢ ବିଶ୍ୱାସ ରଖିଛି । ଏଥିପାଇଁ ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରରେ କୋଭିଡ୍-୧୯ ସମ୍ପର୍କିତ ତାଲିମ ସେସନ ଜାରୀ ରିହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ