ସଂଘବଦ୍ଧ ଆକ୍ରମଣରେ ଥାନା ଅଧିକାରୀ  ଗୁରୁତର

ବାଲିଗୁଡା ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଙ୍କୁ ଶନିବାର ରାତ୍ରରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଜୁଆ ଆଡ୍ଡାରେ ଚଢାଉ କରି ଫେରିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ  ରଞ୍ଜିତ କୁମାର ମୁନିଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ମେରାମାହା ଛକରେ ଗାଁ ଲୋକେ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣ ଯୋଗୁ ଥାନା ଅଧିକାରୀ  ରଂଜିତ ମୁନିଙ୍କ ମୁହଁରେ ଗଭୀର ଆଘାତ ଲାଗିଛି । ଅନ୍ୟ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।  କାଠ ଓ ପଥର ପକାଇ ରାସ୍ତା ଅବରୋଧ କରିବା ପରେ ଥାନା ଅଧିକାରୀ ଓ ପୋଲିସ ଟିମକୁ ଆକ୍ରମଣ କରାଯାଇଥିଲା ।ଉତ୍ତ୍ୟକ୍ତ ଲୋକେ ପୋଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ରବିବାର ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ଙ୍କ ନେତୃତ୍ୱରେ ମେରାମାହା ଗାଁରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି ।  ଗ୍ରାମର ୬ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି । ତେବେ ଗିରଫଦାରି ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ