ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ବିଶ୍ୱନାଥ ମିଶ୍ରଙ୍କ ସ୍ମୃତିଚାରଣ

ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ରାଜଭବନ ସମ୍ମୁଖ ୟୁନିଟ୍‌-୮ଠାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଅତୁଳନୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାପ୍ରାଣ ଓଡ଼ିଶାର ପ୍ରଥମ ବାରିଷ୍ଟର ତଥା ଓଡ଼ିଆ ଭାଷାଭାଷୀଙ୍କୁ ନେଇ ସ୍ୱତନ୍ତ୍ର ଓଡ଼ିଆ ପ୍ରଦେଶ ଗଠନ କରିବାରେ ଅଗ୍ରଣୀ ଭୂମିକା ନେଇଥିବା ବ୍ୟକ୍ତିତ୍ୱ ଉତ୍କଳ ରତ୍ନ  ବିଶ୍ୱନାଥ ମିଶ୍ରଙ୍କ ୧୪୨ତମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ତଥା ଓଡ଼ିଆ ଭାଷାଭାଷୀଙ୍କୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆହ୍ୱାନ ଦେଇଥିବା ଓ ପ୍ରଥମ ଓଡ଼ିଆ ବାରିଷ୍ଟର ୰ବିଶ୍ୱନାଥ ମିଶ୍ର ଥିଲେ ପ୍ରକୃତରେ ଉତ୍କଳ ରତ୍ନ । ତାଙ୍କର ଓଡ଼ିଶା ପ୍ରତି ଅବଦାନ ଚିରସ୍ମରଣୀୟ । ଏଠାରେ ସୂଚନାଯୋଗ୍ୟ ଯେ, ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ଆପ୍ରାଣ ପ୍ରଚେଷ୍ଟା ଦ୍ୱାରା ଉତ୍କଳ ରତ୍ନ ୰ବିଶ୍ୱନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ଅଭିଯାନ ପକ୍ଷରୁ ବିଶ୍ୱନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ବୃକ୍ଷରୋପଣ ଓ ଚତୁଃପାଶ୍ୱର୍ର ସଫେଇ କାର୍ଯ୍ୟ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ତାଙ୍କର ନାତି ତଥା ବିଶିଷ୍ଟ ପ୍ରଫେସର ସୂର୍ଯ୍ୟମଣି ମିଶ୍ର ଉପସ୍ଥିତ ରହି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ । ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି ଓ ଏହାକୁ ଅଣଦେଖା କସ୍ମିନ୍ କାଳେ ବରଦାସ୍ତ କରାଯିବ ନାହିଁ ବୋଲି ସ୍ମୃତିଚାରଣ ପୂର୍ବକ ମତ ପ୍ରକାଶ ପାଇଥିଲା । ଉକ୍ତ ସ୍ମୃତିଚାରଣ ସଭାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆବାହକ କିଶନ ବରାଇ ଓ ସହ ସଂଯୋଜକ ନାରାୟଣ ଓଝା, ଡମ୍ବରୁଧର ହରଣ ସିଂ, ଅଲେଖ ଜେନା, ଲକ୍ଷ୍ମଣ ଦାସ, ବୁଦ୍ଧିମାନ ନାୟକ, ନିରଞ୍ଜନ ସାହୁ, ସିତାଂଶୁ ଶେଖର ମହାରଣା, ବିଜୟ ମଲ୍ଲ, ବି ମୁରଲୀଧର, ମନଜିତ୍ କୌର, ମିଟୁ ମହାରଣା, ଡଃ ଅସିତ୍ ଦାସ, ନାରାୟଣ ଖୁଂଟିଆ, ମନୋରଞ୍ଜନ, କମାଣ୍ଡର ସାମଲ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଉମା ଚରଣ ମହାନ୍ତି, ସମିତା ମହାରଣା, ସୁଧାକର ଶତପଥୀ, ଶିବ ଶଙ୍କର ଡାକୁଆ, ତନ୍ମୟ ସାମନ୍ତରାୟ, ସଂଗ୍ରାମ ବଳିୟାର ସିଂ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ