କ୍ଷତ୍ରିୟବରପୁରରେ ମୋ ଗାଁରେ ତହସିଲଦାର କାର୍ଯ୍ୟକ୍ରମ
ବେଲଗୁଣ୍ଠା, (ଯୁଗାବ୍ଦ ନ୍ୟୁଜ) : ବେଲକୁଣ୍ଠା ବ୍ଲକ ଗାଙ୍ଗପୁର ରଜସ୍ୱ ସରକଲ ଅନ୍ତର୍ଗତ କ୍ଷତ୍ରୀୟବରପୁର ରାଜସ୍ୱ ନିରକ୍ଷକ ଙ୍କ କାର୍ଯ୍ୟାଳୟ ପାଇଲିପଡା ଓ କ୍ଷତ୍ରୀୟବରୁର ପଞ୍ଚାୟତକୁ ନେଇ ମୋ ଗାଁରେ ତହସିଲଦାର କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବେଲକୁଣ୍ଠା ତହସିଲଦାର ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୭୫ଟି ମ୍ୟୁଟେସନ କେସ , ୧୪ଟି ଗ୍ରାମ କଣ୍ଟକିପତା ୧୫ଟି ଲେଣ୍ଡଲେସ, ଗୋଟିଏ ସାର୍ଟିଫାଇ କପି, ଦୁଇଟି ଗ୍ରିଭେନ୍ସ, ଓଏଲଆର ୮ଏ କେସ ୭ଟି, ରେସିଡେନ୍ସି ୨୧, ଓସିବିସି ୭ଟି, ଓବିସି ୨୮, ଇନକମ ୨୧ଇତ୍ୟାଦି କେସର ଫଇସଲା କରିବା ସହ ପ୍ରମୁଖ ହିତାଧିକାରୀମାନଙ୍କୁ ପଟ୍ଟା ଓ ସାର୍ଟିଫିକେଟ ବଣ୍ଟନ କରିଥିଲେ । ଏହି କାର୍ୟ୍ୟକ୍ରମ ଦ୍ୱାରା ଲୋକଙ୍କ ସୁବିଧା ଅସୁବିଧା, ପରିବାର ପଟା , ଜାତିଗତ ପ୍ରମାଣପତ୍ର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସହଜରେ ହୋଇପାରିବ ବୋଲି ବେହେରା କହିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ଗାଙ୍ଗପୁର ଆର.ଆଇ କେ ଭେଙ୍କେଟ ରାଓ, ବଙ୍କା ଆର.ଆଇ ଖଦାଳ ସେଠୀ, ନାଟଙ୍ଗା ଆର.ଆଇ କାହ୍ନୁ ଚରଣ ସାହୁ, ଗୋବରା ଆର.ଆଇ ବିଜୟ ମହାରଣା, ପାଇଲିପଡା ଆର.ଆଇ ବାବୁରାମ ନାୟକ, ଆରତୀ ବେହେରା, ନୀଳକଣ୍ଠ ଗୌଡ ପ୍ରମୁଖ ଯୋଗଦେଇଥିଲେ ।


