ସକାଳେ ଘନ କୁହୁଡି, ଦିନରେ ପ୍ରବଳ ଖରା

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଧିରେ ଧିରେ ଶୀତ ଚାଲି ଯାଉଥିବା ବେଳେ ଦିନକୁ ଦିନ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡିରେ ଅନ୍ଧକାର କରି ରଖୁଛି ରାସ୍ତା ଘାଟ । ଯାହାରି ଫଳରେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ ବାଧା ସୃଷ୍ଟି କରୁଛି । ରାସ୍ତାରେ ଗାଡି ଘୁଡା ଯାତାୟତ ପାଇଁ ଗାଡି ଚାଳକଙ୍କ ମନରେ ଭୟ ସୃଷ୍ଟି ହେଉଛି କାରଣ ରାସ୍ତାରେ କୌଣସି ସତର୍କ ସୂଚନା ଫଳକ ନଥିବା ବେଳେ ରାସ୍ତାରେ ଖାଲ ଖମା ଭରି ରହିଛି । ଏପରିକି ସକାଳ ସମୟରେ ଯୋଗ କରିବା ପାଇଁ ସାଧାରଣ ତ ଲୋକେ ରାସ୍ତାରେ ଯୀବା ପାଇଁ ଭୟ କରୁଛନ୍ତି । ଦିନରେ ପ୍ରବଳ ଖରା ଗ୍ରୀଷ୍ମ ରୁତୁ ଭଳି ତାତି ବଢୁଛି । ୧ଟେ ପରେ ରାସ୍ତା ଘାଟ ଜନସୂନ୍ୟ ହୋଇ ଖାଁ ଖାଁ ରହୁଛି । ସକାଳେ ଶୀତକୁ ଦିନରେ ପ୍ରବଳ ଖରା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ