ସଙ୍ଗରୋଧ କେନ୍ଦ୍ରରେ ଗଛ ଲଗାଇଲେ ପ୍ରବାସୀ

ଛତ୍ରପୁର : ମହାମାରୀ କରୋନା ପାଇଁ ସାରା ବିଶ୍ବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଥିବା ବେଳେ ପାତ୍ରପୁର ବ୍ଲକ ଅନ୍ତର୍ଗତ ଖରଣିପଡ଼ା ସ୍ଥିତ ସଙ୍ଗରୋଧ କେନ୍ଦ୍ର ରହୁଛନ୍ତି ୧୨ ଜଣ ପ୍ରବାସୀ । ଆଜି ବିଶ୍ଵ ପରିବେଶ ଦିବସ ଅବସରରେ ସଙ୍ଗରୋଧ କେନ୍ଦ୍ର ରହୁଥିବା ଏହି ପ୍ରବାସୀ ମାନେ ଗଛ ଲଗାଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏନେଇ ଗଞ୍ଜାମ ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି l ପ୍ରବାସୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ