ବିଜୟୱାଡା ରୁ ଭଞ୍ଜନଗର ସାଇକେଲରେ ଆସିଲେ ୧୭ ଦାନନ ଶ୍ରମିକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): କୋରନା ବଦଳାଇ ଦେଇଛି ଜୀବନର ଗତିପଥ। ବାହାର ରାଜ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡିଆମାନେ କିଏ ଟ୍ରେନ ଓ ବସ ଯୋଗେ ଆସୁଛନ୍ତି ତ କିଏ ସାଇକେଲ ରେ ଓ ଚାଲିଚାଲି ନିଜ ନିଜର ଭିଟାମାଟି କୁ ଫେରୁଛନ୍ତି। ସେହିପରି ଆଜି ସକାଳ ୯ଟା ରେ ଭଞ୍ଜନଗର ରେ ପହଞ୍ଚିଥିଲେ ୧୭ ଜଣ ଦାଦନ ଶ୍ରମିକ। ସେମାନେ ଙ୍କ ସହ ଆଲୋଚନା କଲା ବେଳେ ସେମାନେ କହିଥିଲେ ବିଜୟୱାଡା ରୁ ଭଞ୍ଜନଗର ସାଇକେଲ ଆସିବାର କାହାଣୀ। ବିଜୟୱାଡା ରେ ରହି ୧୭ ଜଣ ଦିନ ମଜୁରିଆ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ହେଲେ ସରକାର ଙ୍କ ଦ୍ଵାରା ଲକ୍ ଡାଉନ ଘୋଷଣା ହେବା ପରେ କାମଧନ୍ଦା ସବୁ କିଛି ବନ୍ଦ ହେଇଗଲା। ଫଳରେ ପାଖରେ ଯାହା ଟଙ୍କା ପଇସା ଥିଲା ସେଥିରୁ ୧୭ଜଣ ଯାକ ୫୨୦୦ ଟଙ୍କା ଦେଇ ନୂଆଁ ସାଇକେଲ ଗୋଟିଏ ଗୋଟିଏ କିଣି ଗତ ୧୦ ତାରିଖ ଦିନ ବିଜୟୱାଡା ରୁ ବାହାରି ଥିଲେ। ବାଟରେ ଆସିବା ବେଳେ କେବଳ ଶୁଖିଲା ଖାଦ୍ୟ କିଣି କି ଖାଇକି ଆସିଥିବା ପ୍ରକାଶ କରିଛନ୍ତି । ଦୀର୍ଘ ୮ଦିନର ସାଇକେଲ ଯାତ୍ରା ରେ ବାଟରେ ପ୍ରଶାସନ ତରଫରୁ କୌଣସି ସାହାଯ୍ୟ କରାଯାଇନଥିବା ଜଣାପଡ଼ିଛି। ସେମାନେ ଆସି ଆଜି ଭଞ୍ଜନଗର ସ୍ଥିତ ବ୍ଳକ ଛକ ରେ ପହଂଚିବା ପରେ ଖବର ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ ସମସ୍ତଙ୍କୁ ଡୁମାକୁମ୍ପା ପଂଚାୟତ ର ବୋରିବନ୍ଧ ଠାରେ ହୋଇଥିବା ସଂଘରୋଧ ରେ ରଖିଛନ୍ତି ଓ ସେଠାରେ ସେମାନେଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି। ଆସିଥିବା ୧୭ଜଣ ଶ୍ରମିକଙ୍କ ମଧ୍ୟରୁ ୧୬ଜଣ ବାରୁଡ଼ା ଗ୍ରାମ ପଂଚାୟତ ର ହୋଇଥିବା ବେଳେ ଜଣେ ମାତ୍ର ସୋରଡ଼ା ବ୍ଳକ ର ଥିବା ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ