ସଡକ ଦୁର୍ଘଟଣାରେ ଦମ୍ପତ୍ତି ଆହାତ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଫାୟର ଷ୍ଟେସନ ଅଫିସ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଗୁରୁବାର ଅପରାହ୍ନ ଏକ ଦୁର୍ଘଟଣାରେ ଦମ୍ପତ୍ତି ଗୁରୁତର ଭାବେ ଆହାତ ହୋଇଛନ୍ତି । ସେମାନେ ଗଞ୍ଜାମ ବ୍ଲକ ବୁରୁଡି ଗ୍ରାମର ପଦ୍ମଚରଣ ନାହାକ ଏବଂ ତାଙ୍କ ସ୍ତ୍ରୀ ଶଶିକଳା ନାହାକ ବୋଲି ଜଣାପଡିଛି । ଦମ୍ପତ୍ତି ଜଣକ ଏକ ଦୁଇଚକିଆ ଯାନରେ ଗ୍ରାମକୁ ଫେରୁଥିବା ବେଳେ ଜାତୀୟ ରାଜପଥରେ ଏକ ଭାରୀଯାନର ପ୍ରଭାବରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । ଫାୟର କର୍ମଚାରୀମାନେ ଉଦ୍ଧାର କରି ଆହତ ଦମ୍ପତ୍ତିକୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ