ସଦାନନ୍ଦ ତ୍ରିପାଠି ବିଦ୍ୟାପୀଠରେ ସଡ଼କ ସୁରକ୍ଷା ସଚେତନତା

ବେଲଗୁଣ୍ଠା , (ଶିବରାମ ଚୌଧୁରୀ): ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଘୂ.ନୂଆଁଗାଆଁ ସଦାନନ୍ଦ ବିଦ୍ୟାପୀଠ ଠାରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ସ୍ନେହଲତା ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ଏବଂ ସମ୍ମାନୀତ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ଊପସ୍ଥିତ ରହି ସଡ଼କ ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ଉପରେ ଏକ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ଶିକ୍ଷକ କାଶୀନାଥ୍ ଭୋଳ, ରାଘବ ଚନ୍ଦ୍ର ନାୟକ,ପ୍ରଦୀପ୍ତ କୁମାର କର, ଶରତ ଚନ୍ଦ୍ର ମହାନ୍ତି, ବିଷ୍ଣୁ ପ୍ରସାଦ ପଣ୍ଡା, ପ୍ରସନ୍ନ କୁମାର ସାହୁ, ଶରତ କୁମାର ରାଉତ,ସୁନନ୍ତ କୁମାର ତ୍ରିପାଠି, ଶ୍ରୀନୀବାସ ଗୌଡ, ଅଭୟ କାନ୍ତ ଖଣ୍ଡୁଆଳ ଏବଂ ଜୟରାମ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I କାର୍ଯ୍ୟକ୍ରମ ଶେଷରେ ଶରତଚନ୍ଦ୍ର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ