ଋଷିକୁଲ୍ୟା ଟି୨୦ କ୍ରିକେଟ ସୋରଡା କୁ ହରାଇ ହିଞ୍ଜଳିକାଟୁ ଫାଇନାଲରେ

ସୋରଡା,(ରଜନୀ କାନ୍ତ ମହାପାତ୍ର): ଋଷିକୁଲ୍ୟା କ୍ରିକେଟ କ୍ଲବ ଦ୍ୱାରା ଅୟୋଜିତ ୧୨ ତମ ଋଷିକୁଲ୍ୟା ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଦ୍ବିତୀୟ ସେମିଫାଇନାଲ ଘରୋଇ ଋଷିକୁଲ୍ୟା କ୍ରିକେଟ କ୍ଲବ ଓ ହିଞ୍ଜଳିକାଟୁ ରୋୟାଲ କ୍ରିକେଟ କ୍ଲବ ମଧ୍ୟରେ ଅୟୋଜିତ ହେଇଥିବା ବେଳେ ଘରୋଇ ଦଳକୁ ହରାଇ ହିଞ୍ଜଳିକାଟୁ ଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ଟସ ଜିତି ହିଞ୍ଜଳିକାଟୁ ବେଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ନିର୍ଧାରିତ ୨୦ ଓଭରରେ ୨୦୧ ରନ ସଂଗ୍ରହ କରିଥିଲା । ଏହାର ଜବାବ ଘରୋଇ ଦଳ ନିଜର ସମସ୍ତ ବିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲା । ଆଜିର ମେଚରେ ଡାକ୍ତର ହର ପ୍ରସାଦ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଜିକାର ଶ୍ରେଷ୍ଠ ଖେଳାଳି ହିଞ୍ଜଳିକାଟୁ ଦଳର ଦିନେସ କୁ ପୁରସ୍କୃତ କରିଥିଲେ । ଦିନେସ ସୁନ୍ଦର ବୋଲିଂ କରିବା ସହ ଦୁଇଟି ବିକେଟ ଓ ତିନୋଟି ସୁନ୍ଦର କେଚ ନେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଦ୍ବିତୀୟ ସେମିଫାଇନାଲକୁ ଚିନ୍ମୟ କୁମାର ସାହୁ ଓ ବଳିଆ ବିଷୋୟୀ ଅମ୍ପାଇଁରିଂ କରିଥିବା ବେଳେ ସ୍କୋରର ଥିଲେ ପିଣ୍ଟୁ ବେହେରା । ଧାରା ବିବରଣୀ ପ୍ରଦାନ କରିଥିଲେ ସଞ୍ଜୟ କୁମାର ପଣ୍ଡା ଓ ମନୋଜ ମହାପାତ୍ର । ଆସନ୍ତା ୦୫/୦୨/୨୧ ତାରିଖ ରେ ଫାଇନାଲ ମେଚ ଆସିକା ଅମରନାଥ କ୍ରିକେଟ କ୍ଲବ ଓ ରୋୟାଲ କ୍ରିକେଟ କ୍ଲବ ହିଞ୍ଜଳିକାଟୁ ମଧ୍ୟରେ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ