ଶ୍ରାଦ୍ଧୋତ୍ସବ ଉପଲକ୍ଷେ ସାରସ୍ବତ ସମାରୋହ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ଧର୍ମ ପରାୟଣ ବ୍ୟକ୍ତି ସ୍ୱର୍ଗତ ମଦନମୋହନ ପଣ୍ଡାଙ୍କ ୧୩ତମ ଶ୍ରାଦ୍ଧୋତ୍ସବରେ ସାରସ୍ବତ ସମାରୋହ ସ୍ଥାନୀୟ ନିକୁଞ୍ଜ ମୋହନ କ୍ଳବ ପରିସରରେ ନଭେମ୍ବର ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚନ୍ଦ୍ରିକା ସାହିତ୍ୟ ଏକାଡେମୀ, ଉତ୍କଳିକା ଏବଂ ମଦନ ମୋହନ ପାଠାଗାର ଓ ସାହିତ୍ୟ ସଂସଦ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ଶିକ୍ଷାବିତ ରଘୁନାଥ ସାହୁ ଅଧ୍ୟକ୍ଷତା କରିତବିବା ବେଳେ ମୂଖ୍ୟ ଅତିଥି ଭାବେ ଚନ୍ଦ୍ରିକା ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଇଂ ବିଚିତ୍ରାନନ୍ଦ ମୁନି ଏବଂ ସମ୍ମାନୀତ ଅତିଥି ଭାବେ ସମାଜସେବୀ ବଂଶୀଧର ନାୟକ, ସାହିତ୍ୟିକ ଚିତ୍ତରଞ୍ଜନ ଦାସ ଓ ପିପୁଲସ କଲେଜ ଅଧ୍ୟାପକ ରବିନ୍ଦ୍ର ପୋଲାଇ ଯୋଗଦେଇଥିଲେ। ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ ଅତିଥି ଶ୍ରୀ ଜଗନ୍ନାଥ ସ୍ବାମୀ ଏବଂ ମଦନମୋହନ ପଣ୍ଡାଙ୍କ ଫୋଟଚିତ୍ରରେ ପୁଷ୍ପାଞ୍ଜଳୀ ସହ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ଗଣେଶ୍ବର ପରିଡା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ପ୍ରଥମେ ଗଞ୍ଜାମ ଜିଲ୍ଲାର ଖ୍ୟାତନାମା ସାହିତ୍ୟିକ ଚନ୍ଦ୍ରମଣି ସ୍ବାଇଁ ଓ ପ୍ରଫେସର ଡ଼ଃ ହରିହର ଦାସଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପିତା ଓ ମାତା ହିଁ ଚଳନ୍ତି ଦେବାଦେବୀ, ଏଣୁ ସେମାନଙ୍କୁ ସର୍ବଦା ସେବା ଓ ସମ୍ମାନ ଦେବାକୁ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସମାଜସେବୀ ଶରତ ଚନ୍ଦ୍ର ମହାରଣା ଓ ସାମ୍ବାଦିକ ଅଭିମନ୍ୟୁ ମିଶ୍ରଙ୍କୁ ଉପଢୌକନ ସହ ସମ୍ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ସାରସ୍ୱତ ସମାରୋହରେ ୨୦ ରୁ ଉର୍ଦ୍ଧ୍ବ କବି ନିଜସ୍ୱ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦିଗମ୍ବର ମହାରଣା,ଶଙ୍କର ସେଠୀ, କେଦାର ନାଥ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ