ସମର୍ଥ ବର୍ମା କେନ୍ଦ୍ରାପଡାର ନୂତନ ଜିଲ୍ଲାପାଳ ଭାବେ ଯୋଗଦେଲେ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡାର ୪୬ ତମ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ସୋମବାର ଅପରାହ୍ନରେ ଯୋଗଦେଇଛନ୍ତି । ପୂର୍ବତନ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧରୀଙ୍କର ଭୂବନେଶ୍ୱର ପୈାରନିଗମକୁ କମିଶନର ଭାବେ ବଦଳି ହେବା ପରେ ସେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଭୁବନେଶ୍ୱର ମହାନଗର ନିଗମରେ କମିଶନର ଭାବେ ଯୋଗଦେବାକୁ ଚାଲିଯାଇଥିଲେ । ଶ୍ରୀ ବର୍ମା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ଠାରୁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଠାରେ ଜିଲ୍ଲାପାଳ ଭାବେ ଯୋଗଦେବା ପରେ ନୂତନ ଜିଲ୍ଲାପାଳ ଶ୍ରୀ ବର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ଜିଲ୍ଲାର ସାମଗ୍ରିକ ବିକାଶକୁ ସେ ପ୍ରାଧାନ୍ୟ ଦେବେ । ଏଥି ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ତଥା ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷର ଉପାଧ୍ୟକ୍ଷ ଥିବା ଶ୍ରୀ ବର୍ମା ଦକ୍ଷତାର ସହିତ ସେଠାରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହା ପୂର୍ବରୁ ସେ ସମ୍ବଲପୁର ଜିଲ୍ଲାର ଦକ୍ଷ ଜିଲ୍ଲାପାଳ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଯୋଗଦାନ ପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ,ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର,ସଂସ୍ଥା ଉପବିଭାଗର ସହକାରୀ ଜିଲ୍ଲାପାଳ ଭରତ କୁମାର ପରିଡା,ଅତିରିକ୍ତ କୋଷାଗାର ଅଧିକାରୀ ସଚିଦାନନ୍ଦ ବେହେରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ଓ ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ପୁଷ୍ପଗୁଛ ଦେଇ ନୂତନ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ସ୍ୱାଗତ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ୍ ଜିଲ୍ଲା ହେବାର ୨୬ ବର୍ଷ ଭିତରେ ୪୪ଜଣ ଜିଲ୍ଲାପାଳଙ୍କ ଏଠାରୁ ବଦଳି ହେଲାଣି । ଗତ ମଇମାସ ୭ତାରିଖରେ ଏଠାରେ ଯୋଗଦେଇଥିବା ପ୍ରେମ ଚନ୍ଦ୍ର ଚୈାଧରୀଙ୍କୁ ମାତ୍ର ୪୬ଦିନର କାର୍ଯ୍ୟକାଳ ପରେ ଏଠାରୁ ବଦଳି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ