ଷ୍ଟେଟବ୍ୟାଙ୍କର ତିନୋଟି ଶାଖା ସିଲ ହେଲା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଅଧିକାରୀ ମଙ୍ଗଳବାର କୋରନା ସଂକ୍ରମିତ ଚିହ୍ନଟ ହେବାପରେ ଫୁଲବାଣୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ସମେତ ବଜାର ଶାଖାକୁ ସିଲ୍ କରି ଦିଆଯାଇଛି। ଏହାସହ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି। ବୁଧବାର ଫୁଲବାଣୀ ମୁଖ୍ୟ ଶାଖା ସିଲ୍ ହେବ ବୋଲି ସୂଚନା ମିଳିଛି। ଏହା ସହିତ ଜି.ଉଦୟଗିରି ଶାଖାର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି। ଉକ୍ତ କର୍ମଚାରୀ ଜଣକ ୬ ଦିନ ଧରି ଅସୁସ୍ଥ ରହିଥିଲେ ଓ ଘରେ ରହୁଥିଲେ। ତେବେ ଉକ୍ତ କର୍ମଚାରୀଙ୍କ ଜଣେ ରୁମ୍ ମେଟ୍ ବ୍ୟାଙ୍କକୁ ଯାଉଥିଲେ। ତେଣୁ ଜି.ଉଦୟଗିରି ବ୍ୟାଙ୍କକୁ ମଧ୍ୟ ସିଲ୍ କରାଯିବ ବୋଲି ସୂଚନା ମିଳିଛି।ସୂଚନା ଅନୁଯାୟୀ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ଜୈନେକ ଅଧିକାରୀ ଗତ ଶୁକ୍ରବାର ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ତାଙ୍କର କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ସେଠାରେ ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ତାହା ଆଜି ପଜିଟିଭ୍ ଆସିଥିବା ସୂଚନା ମିଳିଛି। ଏହା ଜଣା ପଡିବା ପରେ ଆଜି ସଙ୍ଗେ ସଙ୍ଗେ ଆଞ୍ଚଳିକ କାର୍ଯ୍ୟାଳୟ ଓ ଏହି କାର୍ଯ୍ୟାଳୟର ତଳ ମହଲାରେ ଥିବା ବଜାର ଶାଖାକୁ ମଧ୍ୟ ସିଲ୍ କରା ଯାଇ ସାନିଟାଇଜ୍ କରାଯାଇଥିବା ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ସରକାର କୋଭିଡ୍ ଗାଇଡ ଲାଇନ ଜାରି କରିଥିବା ବେଳେ ଅନେକ ସରକାରୀ କର୍ମଚାରୀ ଓ ଅଧିକାରୀ ଏହାକୁ ଉଲଂଘନ କରୁଥିବା ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ବିନା କୌଣସି ଅନୁମତିରେ ଛୁଟି ଦିନମାନଙ୍କରେ ଅଧିକାରୀ ଓ କର୍ମଚାରୀମାନେ ହଟସ୍ପଟ ଜିଲ୍ଲାକୁ ଯାଇ ପୁଣି ଛୁଟି ସରିଲେ ଜିଲ୍ଲାକୁ ଫେରୁଥିଲେ। ଏହା ଦ୍ୱାରା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହୁଥିଲା। ଏ ନେଇ ଖବରକାଗଜରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଚିଠି କରି କୌଣସି ସରକାରୀ କର୍ମଚାରୀ ଓ ଅଧିକାରୀ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଦର ମହକୁମା ଛାଡି ଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠି ଲେଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ